ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
BJD 166×600

୧୪୭ ବିଧାନସଭା ଆସନରେ ଲଢ଼ିବାକୁ କହୁଥିବା ବିଜେପି ୪୭ ଆସନ ପାଇଁ ବି ପ୍ରାର୍ଥୀ ପାଉନି : ସସ୍ମିତ ପାତ୍ର

ଭୁବନେଶ୍ବର : ରାଜ୍ୟର ୧୪୭ ବିଧାନସଭା ଆସନରେ ଲଢ଼ିବାକୁ କହୁଥିବା ବିଜେପି ୪୭ ଆସନ ପାଇଁ ବି ପ୍ରାର୍ଥୀ ପାଉନି। ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିଥିଲେ ମଧ୍ୟ ବିଧାନସଭା ପାଇଁ ପ୍ରାର୍ଥୀ ନେଇ ଅସହାୟ ହୋଇପଡିଛି ବିଜେପି। ଯାହାକୁ ନେଇ ଆଜି ବିଜେପିକୁ କଟାକ୍ଷ କରିଛନ୍ତି ବଜେଡି ସାଂସଦ ସସ୍ମିତ ପାତ୍ର। ବିଜେଡି ଓଡ଼ିଶାରେ ପ୍ରାର୍ଥୀ ପାଉ ନଥିବା କହି କଟାକ୍ଷ କରିଛନ୍ତି ସସ୍ମିତ । କହିଛନ୍ତି, ‘ଓଡ଼ିଶାରେ ପ୍ରାର୍ଥୀ ପାଉନି ବିଜେପି । ୧୪୭ ବିଧାନସଭା ଆସନରେ ଲଢ଼ିବାକୁ କହୁଥିବା ବିଜେପି ଏଯାଏଁ ୪୭ ପ୍ରାର୍ଥୀ ପାଉନି।

ଆଜି ଶଙ୍ଖ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ସାଂସଦ ସସ୍ମିତ ପାତ୍ର କହିଛନ୍ତି ବିଜେପି ଅସହାୟ ହୋଇ ପଡିଛି। ବିଜେପିକୁ ୧୪୭ ବିଧାନସଭା ଆସନରେ ପ୍ରାର୍ଥୀ ମିଳୁନାହାନ୍ତି। ସେଥିପାଇଁ ସେମାନେ ଅନ୍ୟ ଦଳ ବିଶେଷକରି ବିଜେଡିରୁ ବଳି ପଡ଼ୁଥିବା ଅର୍ଥାତ୍ ଟିକଟ ପାଉନଥିବା ନେତାଙ୍କୁ ବୁଝେଇ ସୁଝେଇ ଦଳରେ ସାମିଲ କରୁଛନ୍ତି। ଦିଶାହୀନ ନେତୃତ୍ୱ, ଲକ୍ଷ୍ୟହୀନ ରାଜନୀତି, ସର୍ବୋପରି ବିକାଶକୁ ବିରୋଧ କରିବା କାରଣରୁ ଲୋକେ ବିଜେପିକୁ ବାରମ୍ବାର ମୁହଁ ମୋଡ଼ିଛନ୍ତି। ଦଳ ନୂଆ ନେତା ସୃଷ୍ଟି କରିବାରେ ବିଫଳ ହୋଇଛି। ଏପରିସ୍ଥଳେ ପରଘର ତିଅଣରେ ବିଜେପି ନିଜ ଘର କେତେଦିନ ଚଳେଇବ ବୋଲି ସସ୍ମିତ ପାତ୍ର କହିଛନ୍ତି।

Article Bottom (Mobile Only)

ଉଲ୍ଲେଖଯୋଗ୍ୟ ମେଣ୍ଟ ନେଇ ରାଜ୍ୟବାପୀ ଦେଖାଦେଇଥିବା କଳ୍ପନାଜଳ୍ପନାକୁ ବିଭିନ୍ନ ସମୟରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବରିଷ୍ଠ ନେତା ଜୁଏଲ ଓରାମ ବଳ ଦେଇ ଆସୁଥିଲେ। ତେବେ ମେଣ୍ଟକୁ ନେଇ ବିଜେଡି ସେପରି କିଛି ଆଗ୍ରହ ପ୍ରକାଶ କରିନଥିବା ବେଳେ ନିଜେ ସୃଷ୍ଟି କରିଥିବା ଚର୍ଚ୍ଚାରେ ପୂର୍ଣ୍ଣ‌‌‌ଚ୍ଛେଦ ଟାଣିଥିଲା ବିଜେପି। ଖାଲି ପୂର୍ଣ୍ଣଚ୍ଛେଦ ଟାଣି ନଥିଲା, ବରଂ ୧୪୭ ଆସନରେ କଡ଼ା ଲଢ଼େଇ ହେବ ବୋଲି ରାଜ୍ୟ ସଭାପତି ଦମ୍ଭୋକ୍ତି ପ୍ରକାଶ କରିଥିଲେ। ତେବେ ଇତିମଧ୍ୟରେ ବିଜେଡି ନିଜର ୭୨ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି। ଦିନେ ଦୁଇଦିନ ମଧ୍ୟରେ ବଳକା ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିବାକୁ ଯାଉଛି। ଏପରିସ୍ଥଳେ ସବୁ ଆସନରେ ଲଢ଼େଇ ହେବ ବୋଲି ମୁହଁଫୁଟାଣି ମାରୁଥିବା ବିଜେପିର ଏଯାବତ୍ କିପରି ଜଣେ ହେଲେ ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରିଲା ନାହିଁ, ତାହାକୁ ନେଇ କର୍ମୀମହଲରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି।

ରାଜନୈତିକ ବିଶେଷଜ୍ଞ ମହଲରେ ଚର୍ଚ୍ଚା ଅନୁଯାୟୀ, ପ୍ରାରମ୍ଭରୁ ବିଜେପି ପାଖରେ ୧୪୭ ଆସନରେ ପ୍ରାର୍ଥୀ ନଥିଲେ। ସେଥିପାଇଁ କଳେବଳେ କୌଶଳେ ବିଜେଡି କାନ୍ଧରେ ନାଉ ହୋଇ ନିର୍ବାଚନୀ ବୈତରଣୀ ପାର୍ ହେବାକୁ ଚାହୁଁଥିଲା ବିଜେପି। ଏଥିରୁ ବିଜେପିକୁ ଦୁଇଟି ଲାଭ ହୋଇଥା’ନ୍ତା। ପ୍ରଥମଟି ମେଣ୍ଟ ହୋଇଥିଲେ ଦଳ ନିର୍ବାଚନ ଲଢ଼ିବାକୁ ଥିବା ଅନେକ ଆସନରେ ଦଳୀୟ ପ୍ରାର୍ଥୀ ବିଜୟୀ ହୋଇଥାନ୍ତେ। ଫଳରେ ବିଧାନସଭାରେ ଦଳର ସଂଖ୍ୟା ବୃଦ୍ଧି ହୋଇଥା’ନ୍ତା। ସେହିପରି ଦ୍ୱିତୀୟ ଲାଭ ଭାବେ ଦଳର ଦୋଷ ଏବଂ ସାଂଗଠନିକ ଦୁର୍ବଳତା ଆରାମରେ ଲୁଚି ଯାଇଥାନ୍ତା। ତେବେ ବିଜେଡି ମେଣ୍ଟକୁ ନାଁ କରିବା ପରେ ବର୍ତ୍ତମାନ ବିଜେପି ଅକଳରେ ପଡ଼ି ଯାଇଛି। ରାଜ୍ୟରେ ଦଳର ସେପରି କିଛି ସଂଗଠନ ନଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଚେହେରାକୁ ନେଇ ସେମାନେ ନିର୍ବାଚନ ଲଢ଼ିବାକୁ ଅଣ୍ଟା ଭିଡ଼ିଛନ୍ତି। ତେବେ ରାଜ୍ୟରେ ୨୦୧୪ ଏବଂ ୨୦୧୯ରେ ମୋଦୀ ହାୱା କାମ ଦେଇ ନଥିବା ବେଳେ ଆସନ୍ତା ନିର୍ବାଚନରେ ଯେ ଏହି ହାୱା କାମ ଦେବ, ଏହାକୁ ନେଇ ଖୋଦ୍ ବିଜେପି ନେତାଏ ସଂଶୟ‌‌‌‌‌ରେ ଅଛନ୍ତି। ଏପିରିକି, ୨୦୧୯ ତୁଳନାରେ ଆସନ୍ତା ନିର୍ବାଚନରେ ଦଳ ଅଧିକ ଖରାପ ପରିସ୍ଥିତିର ସାମ୍ନା କରିପାରେ ବୋଲି ବିଜେପିକୁ ଏକପ୍ରକାର ଡର ଘାରିଥିବା କୁହାଯାଉଛି। ସେଥିପାଇଁ ସେମାନେ ବିଜେଡିରୁ ଟିକଟ ମିଳୁ ନଥିବା ନେତାଙ୍କୁ ନେଇ ନିର୍ବାଚନୀ ମଇଦାନରେ ନିଜ ଉପସ୍ଥିତି ଜାହିର୍ କରିବାକୁ ଚାହୁଁଛନ୍ତି ବୋଲି ସାଧାରଣରେ ମତପ୍ରକାଶ ପାଇଛି।

Leave A Reply

Your email address will not be published.