ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଏଯାଏଁ ବିଜେଡିର ଷ୍ଟ୍ରାଇକ ରେଟ୍‌ ୮୦ରୁ ୮୫% ରହିଛି,ଚତୁର୍ଥ ପର୍ଯ୍ୟାୟ ପରେ ବିଜେଡିର ସ୍ଥିର ସରକାର ଆସିଯିବ : କାର୍ତ୍ତିକ ପାଣ୍ଡିଆନ୍‌

ଭୁବନେଶ୍ବର : ବିଜେଡିକୁ ବହୁମତ ମିଳିସାରିଛି। ରାଜ୍ୟର ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ସୁଦ୍ଧା ବିଜେଡିର ଷ୍ଟ୍ରାଇକ ରେଟ୍‌ ୮୦ରୁ ୮୫ ପ୍ରତିଶତ ରହିଛି। ଚତୁର୍ଥ ପର୍ଯ୍ୟାୟ ପରେ ରାଜ୍ୟରେ ବିଜେଡିର ସ୍ଥିର ସରକାର ଆସିଯିବ ବୋଲି ଦମ୍ଭୋକ୍ତିର ସହ କହିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ।

ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଆହୁରି ମଧ୍ୟ କହିଛନ୍ତି ଯେ ମହାପ୍ରଭୁ ଜଗନ୍ନାଥ ଓ ରାଜ୍ୟବାସୀଙ୍କ ଆଶୀର୍ବାଦରେ ବିଜେଡି ବଡ଼ ବିଜୟ ହାସଲ କରିବ। ତୃତୀୟ ପର୍ଯ୍ୟାୟ ନିର୍ବାଚନ ପରେ ବିଜେଡି ସରକାର ଗଠନ କରି ସାରିଛି। ଭୁବନେଶ୍ୱରରେ ରେକର୍ଡ ପୋଲିଂ ହୋଇଛି। ମଧ୍ୟବିତ୍ତଙ୍କ ପାଇଁ ଯୋଜନା ଓ ଯୁବ ବଜେଟ ଲୋକଙ୍କ ହୃଦୟକୁ ଛୁଇଁଛି। ସବୁଠି ବିଜେଡି ସପକ୍ଷରେ ଜନମତ ରହିଛି। ମୁଖ୍ୟମନ୍ତ୍ରୀଙ୍କ ମଧ୍ୟବିତ୍ତଙ୍କ ପ୍ଲାନ ଯୋଗୁଁ ଭୋଟ ହାର ବଢ଼ିଛି। ସେହିପରି INDIA ସହ ମେଣ୍ଟ ଆଲୋଚନା ସମ୍ପୂର୍ଣ୍ଣ ମିଛ ବୋଲି କହିଛନ୍ତି ପାଣ୍ଡିଆନ୍।

ଏଥିସହ ସେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ସେ କହିଛନ୍ତି ବିଜେପି ମିଛ କହିବାର ସୀମା ଟପିଛି । ୧୦ ବର୍ଷ ତଳେ କହିଥିବା ତେଲ ଦର ଏମଏସପି କଥା ଏଯାଏଁ କହିଲେନି । ମିଛ କହିବାରେ ଗୋଟିଏ ସୀମା ଥାଏ ତାହା ସୀମା ବିଜେପି ସୀମା ଟପିଯାଇଛି । ବିଜେପି ମିଛ, ଅପପ୍ରଚାର ଓ କୁମ୍ଭୀର କାନ୍ଦଣା କାନ୍ଦୁଛି। ହେଲେ ଲୋକ ଜାଣିଛନ୍ତି ଯେ, ନବୀନ ପଟ୍ଟନାୟକ ସେମାନଙ୍କ ପାଇଁ କଣ ସବୁ କରିଛନ୍ତି। ଅନ୍ୟପଟେ ସ୍ମୃତି ଇରାନୀ କେବଳ ରାଜନୈତିକ କଥା କହୁଛନ୍ତି। ଦରଦାମ ଉପରେ କହି ପାରିଥାନ୍ତେ। ରୋଜଗାର ଉପରେ କହିବାରେ ସାହସ ନାହିଁ। LPG, ଡାଲି ରେଟ୍ କଥା କହି ପାରିଲେନି। ବିଜେପି କେବଳ ମିଛ କଥା କହୁଛି। ସେମାନେ ଲୋକଙ୍କ ଲାଗି କିଛି ଗ୍ଯାରେଣ୍ଟି ଦେଇନାହାନ୍ତି। ୧୦ ବର୍ଷରେ ଯେଉଁସବୁ କ୍ଷେତ୍ରରେ ବିଫଳ ହୋଇଥିଲେ ତାହାକୁ କଭର କରିବା ଲାଗି ଏବେ ନାଟକବାଜି କରୁଛନ୍ତି ବୋଲି କହିଛନ୍ତି ପାଣ୍ଡିଆନ୍।

Leave A Reply

Your email address will not be published.