ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚିଲିକା ନିର୍ବାଚନ ମଣ୍ଡଳୀରେ ବିଜେଡିର ‘ଜନ ସମ୍ପର୍କ ପଦଯାତ୍ରା’ ଆରମ୍ଭ

ଖୋର୍ଦ୍ଧା/ବାଲୁଗାଁ : ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ବିଜେଡିର ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ ହୋଇଛି। ଆଜି ଚିଲିକା ନିର୍ବାଚନ ମଣ୍ଡଳୀରେ ଏହାର ଶୁଭାରମ୍ଭ କରିଛନ୍ତି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ । ବାଣପୁର ମା ଭଗବତୀଙ୍କ ପୀଠରେ ପହଞ୍ଚି, ପୂଜାର୍ଚ୍ଚନା କରିବା ପରେ ପଦଯାତ୍ରା ଆରମ୍ଭ ହୋଇଥିଲା।

ଜନସମ୍ପର୍କ ପଦଯାତ୍ରା ଭଗବତୀ ମନ୍ଦିର ପାଖରୁ ଆରମ୍ଭ ହୋଇ ବାଣପୁର ସହର ପରିକ୍ରମା କରିବା ପରେ ଐତିହାସିକ ପଲଟଣ ପଡିଆ ଠାରେ ପହଞ୍ଚିଥିଲା। ପଦଯାତ୍ର ସମୟରେ ମେଡିକାଲ ଛକସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି, ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଆଦିରେ ମାଲ୍ୟାର୍ପଣ କରିଥିଲେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ। ପ୍ରାୟ ତିନିହଜାରରୁ ଅଧିକ ଲୋକ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ। ପଦଯାତ୍ରାକୁ ବାଣପୁର ନଗରପାଳ ମିଟୁ ନାୟକ ସଂଯୋଜନା କରିଥିବାବେଳେ ଏଥିରେ ନିର୍ବାଚନ ମଣ୍ଡଳୀ ର ସମସ୍ତ ଆଗଧାଡ଼ିର ନେତୃବୃନ୍ଦ, କର୍ମୀ, ଛାତ୍ରନେତା ପ୍ରମୁଖ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ସ୍ଵଛ ଓ ନିର୍ମଳ ଶାସନର ବାର୍ତ୍ତା ପ୍ରଦାନ କରିଛନ୍ତି। ପଦଯାତ୍ରା କାର୍ଯ୍ୟକ୍ରମରେ ସାଂସଦ ମାନସ ମଙ୍ଗରାଜ ବିକାଶ କାର୍ଯ୍ୟକୁ ଆଗକୁ ବଢାଇବାରେ ଲୋକଙ୍କ ସହଯୋଗ କାମନା କରିଥିଲେ।

Leave A Reply

Your email address will not be published.