ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଇପିଏଲ ପରି ଟି-୧୦ ଲିଗ୍‌ ଆରମ୍ଭ କରିବ ବିସିସିଆଇ, ଜୁନିଅର ସ୍ତରରେ ଖେଳାଳିଙ୍କୁ ମିଳିବ ସୁଯୋଗ

ନୂଆଦିଲ୍ଲୀ : ବିଶ୍ୱର ସବୁଠାରୁ ବ୍ୟୟବହୁଳ ଫ୍ରାଞ୍ଚାଇଜଭିତ୍ତିକ ଟି-୨୦ କ୍ରିକେଟ୍‌‌ ପ୍ରତିଯୋଗିତା ଆଇପିଏଲ୍‌‌ର ଆଗାମୀ ୧୭ତମ ସଂସ୍କରଣ ଲାଗି ଚଳିତ ମାସ ୧୯ରେ ଦୁବାଇରେ ଖେଳାଳି ନିଲାମ ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ଫ୍ରାଞ୍ଚାଇଜ୍ ସେମାନଙ୍କର ପ୍ରସ୍ତୁତି ଶେଷ କରୁଛନ୍ତି । ଏହି ସମୟରେ, ଏକ ରିପୋର୍ଟ ପ୍ରକାଶ ପାଇଛି ଯେ ବିସିସିଆଇ ଆସନ୍ତା ବର୍ଷ ଏକ ନୂଆ ଲିଗ୍ ଆରମ୍ଭ କରିବାକୁ ଯୋଜନା କରୁଛି। ଏହା ବୋର୍ଡର ଏକ ଦ୍ୱିତୀୟ ପର୍ଯ୍ୟାୟ ଟୁର୍ନାମେଣ୍ଟ ହେବ। ବିଶ୍ୱାସ କରାଯାଏ ଯେ ବିସିସିଆଇ T-୧୦ ଫର୍ମାଟରେ କ୍ରିକେଟ ଆୟୋଜନ କରିବ।

ମିଡିଆ ରିପୋର୍ଟ ଅନୁଯାୟୀ,ବିସିସିଆଇ ସମ୍ପାଦକ ଜୟ ଶାହ ପ୍ରସ୍ତାବି ଟୁର୍ଣ୍ଣାମେଣ୍ଟର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି। ସେ ବିଭିନ୍ନ ପ୍ରାଞ୍ଚାଇଜ ଓ ପ୍ରାୟୋଜକମାନଙ୍କ ସହ ମଧ୍ୟ କଥା ହୋଇଛନ୍ତି। ସେମାନେ ବିସିସିଆଇର ଆଇପିଏଲ ଭଳି ଆଉ ଏକ ଟାୟର ୨ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସପକ୍ଷରେ ରହିଛନ୍ତି। ଯଦିବି ଟି-୧୦ ଲିଗ୍ ଆରମ୍ଭ ହୁଏ, ଏହା ବରିଷ୍ଠ ଖେଳାଳିଙ୍କ ପାଇଁ ହେବ ନାହିଁ । କାରଣ ବିସିସିଆଇ ଆଇପିଏଲ ସହିତ ସମାନ କୌଣସି ଲିଗ୍ କରିବାକୁ ଚାହୁଁନାହିଁ। ଏହା ଏକ ଟାୟାର୍-୨ ଲିଗ୍ ହେବ ଏବଂ କେବଳ ଏକ ନିର୍ଦ୍ଦିଷ୍ଟ ବୟସ ପର୍ଯ୍ୟନ୍ତ ଖେଳାଳିମାନେ ଏଥିରେ ସ୍ଥାନ ପାଇବେ।  ସେପ୍ଟେମ୍ବରରୁ ଅକ୍ଟୋବର ମଧ୍ୟରେ ନୂଆ କ୍ରିକେଟ ଲିଗ୍‌ ଆୟୋଜନ କରିବା ଲକ୍ଷ୍ୟ ନେଇ ବିସିସିଆଇ ଫୁଲଦମରେ କାମ ଆରମ୍ଭ କରି ଦେଇଛି।

୨୦୦୮ରେ ଆଇପିଏଲ ଆରମ୍ଭ ହୋଇଥିଲା। ଆରମ୍ଭରୁ ହିଁ ଏହି ଟୁର୍ଣ୍ଣାମେଣ୍ଟ ସଫଳତାର ଶୀର୍ଷରେ ଛୁଇଁଛି। ଏଥିରୁ ବୋର୍ଡକୁ ଭଲ ରାଜସ୍ୱ ମଧ୍ୟ ମିଳିଛି। ଏବେ ବିସିସିଆଇ ଟି-୨୦ ବଦଳରେ ଟି-୧୦ ଢାଞ୍ଚରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବ ବୋଲି କୁହାଯାଉଛି।

ଜୁନିଅର ସ୍ତରର ଖେଳାଳିମାନେ ସୁଯୋଗ ପାଇବେ 

ଗତ କିଛି ବର୍ଷ ଧରି ପ୍ରଶଂସକମାନେ ଟି -୧୦ କ୍ରିକେଟ୍ ପ୍ରତି ଆକର୍ଷିତ ହେଉଛନ୍ତି । ଏହା କମ୍ ସମୟ ନେଇଥାଏ ଏବଂ ଦର୍ଶକଙ୍କୁ ବହୁତ ମନୋରଞ୍ଜନ କରିଥାଏ । ଆବୁଧାବି ଟି-୧୦ ଲିଗର ସଫଳତା ବିସିସିଆଇକୁ ଏ ବିଷୟରେ ଚିନ୍ତା କରିବାକୁ ବାଧ୍ୟ କରିଛି । ଜୁନିୟର ସ୍ତରର ଖେଳାଳୀଙ୍କୁ ପର୍ଯ୍ୟାପ୍ତ ସୁଯୋଗ ପ୍ରଦାନ କରିବାକୁ ବୋର୍ଡ ଏହି ଟୁର୍ନାମେଣ୍ଟ ଆରମ୍ଭ କରିବାକୁ ଚାହୁଁଛି। ଆଇପିଏଲରେ ଅଂଶଗ୍ରହଣ କରୁଥିବା ବଡ ଖେଳାଳିଙ୍କୁ ଟି-୧୦ ଲିଗ୍ ଠାରୁ ଦୂରରେ ରଖାଯାଇପାରେ ବୋଲି ସୂଚନା ମିଳୁଛି।

Leave A Reply

Your email address will not be published.