ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
BJD 166×600

ପ୍ରତିଶ୍ରୁତି ରକ୍ଷା କଲେ ଆନନ୍ଦ ମହିନ୍ଦ୍ରା : ସର୍ଫରାଜଙ୍କ ପିତାଙ୍କୁ ମିଳିଲା ଥର୍‌

ମୁମ୍ବଇ : ମହିନ୍ଦ୍ରା ଗ୍ରୁପ୍‌‌ ମାଲିକ ତଥା ଜଣାଶୁଣା ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ତାଙ୍କ ପ୍ରତିଶ୍ରୁତ ରକ୍ଷା କରିଛନ୍ତି। ଭାରତୀୟ ଯୁବ ବ୍ୟାଟର ସର୍ଫରାଜ ଖାନଙ୍କ ପିତା ନୌସାଦ ଖାନ୍‌‌ଙ୍କୁ ସେ ଲୋକପ୍ରିୟ ‘ଥର’ ଗାଡି ଉପହାର ସ୍ୱରୂପ ପ୍ରଦାନ କରିଛନ୍ତି। ସର୍ଫରାଜ ଟେଷ୍ଟ ପଦାର୍ପଣ କରିବା ପରେ ନୌସାଦଙ୍କୁ ଥର ଉପହାର ଦେବାକୁ ମହିନ୍ଦ୍ରା ଘୋଷଣା କରିଥିଲେ। ସର୍ଫରାଜଙ୍କୁ କ୍ରିକେଟର ଭାବେ ଗଢ଼ି ତୋଳିବାରେ ନୌସାଦଙ୍କ ବହୁତ ତ୍ୟାଗ ରହିଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସର୍ଫରାଜଙ୍କ ସଂଘର୍ଷ ଓ ନୌସାଦଙ୍କ ତ୍ୟାଗକୁ ନେଇ ଏକ ଭିଡିଓ ସେୟାର କରିଥିଲା।

Article Bottom (Mobile Only)

ଏହି ଭିଡିଓର ଉପରେ କମେଣ୍ଟ କରି ମହିନ୍ଦ୍ରା ନୌସାଦଙ୍କୁ ଥର ଉପହାର ଦେବାକୁ ସେତେବେଳେ ଘୋଷଣା କରିଥିଲେ। ରାଜକୋଟରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍‌‌ରେ ସର୍ଫରାଜଙ୍କ ସହ ଧ୍ରୁବ ଜୁରେଲ ମଧ୍ୟ ପଦାର୍ପଣ କରିଥିଲେ। ସର୍ଫରାଜ ଏହି ମ୍ୟାଚ୍‌‌ରେ ଉଭୟ ପାଳିରେ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ପ୍ରଥମ ପାଳିରେ ୬୨ ରନକରି ରନ୍‌‌ ଆଉଟ୍‌‌ ହୋଇଥିବା ବେଳେ ଦ୍ୱିତୀୟରେ ୬୮ ରନକରି ଅପରାଜିତ ରହିଥିଲେ। ଭାରତ ଏହି ମ୍ୟାଚ୍‌‌ରେ ୪୩୪ ରନରେ ବୃହତ୍‌‌ ବିଜୟ ହାସଲ କରି ୨-୧ରେ ସିରିଜ ଅଗ୍ରଣୀ ହାସଲ କରିଥିଲା।

Leave A Reply

Your email address will not be published.