ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଲିଉଡ୍‌ରେ କାମ ନମିଳିବାର କାରଣ କହିଲେ ଅଧ୍ୟୟନ

ଟେଲିଭିଜନ ଜଗତର ଜଣାଶୁଣା ଅଭିନେତା ଶେଖର ସୁମନଙ୍କ ପୁଅ ଅଧ୍ୟୟନ ସୁମନ ନିକଟରେ ବଲିଉଡ୍‌ର ଅନେକ କଳା ଦିଗ ଉପରେ ଆଲୋଚନା କରିଛନ୍ତି। ଅଧ୍ୟୟନ ନିକଟରେ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷତକାରରେ କହିଥିଲେ ଯେ, ‘ମୋ’ ବାପାଙ୍କ ଶୋ’ ‘ମୁଭର୍ସ ଆଣ୍ଡ ଶେଖର୍ସ’ ପାଇଁ ମୋତେ ୧୪ଟି ଫିଲ୍ମରୁ ବାଦ୍‌ ଦିଆଯାଇଥିଲା। ଏହି ଶୋ’ର ପ୍ରତ୍ୟେକ ଏପିସୋଡ୍‌ ପାଇଁ ମୋ ବାପାଙ୍କୁ ସ୍କ୍ରିପ୍ଟ ଦିଆଯାଉଥିଲା। କିନ୍ତୁ ଏମିତି କିଛି ଲୋକ ଥିଲେ, ଯେଉଁମାନେ ଶୋ’କୁ ନେଇ ବାପାଙ୍କ ଉପରେ ଖପ୍ପା ଥିଲେ। ମୋ ବାପା କାହାରିକୁ ବ୍ୟକ୍ତିଗତ ସ୍ତରରେ କିଛି କହି ନାହାନ୍ତି କି କାହାକୁ ଖରାପ କରି ମଧ୍ୟ କିଛି କହିନାହାନ୍ତି। ସେ କେବଳ ଶୋ’ରେ ଦିଆଯାଇଥିବା କାର୍ଯ୍ୟକୁ ତୁଲାଇଥିଲେ। କିନ୍ତୁ କିଛି ଲୋକ ଏହାକୁ ବ୍ୟକ୍ତିଗତ ଭାବେ ନେଇଥିଲେ। ସେମାନେ ବାପାର ପ୍ରତିଶୋଧ ପୁଅଠୁ ନେବା ପାଇଁ ସ୍ଥିର କରିଥିଲେ। ଅନେକ ବଡ଼ ପ୍ରୋଜେକ୍ଟରେ ମୋତେ କାମ କରିବାକୁ ସୁଯୋଗ ମିଳୁ ଥିଲା, କିନ୍ତୁ ଶେଷ ମୁହୂର୍ତ୍ତରେ ପ୍ରଯୋଜକମାନେ ମୋତେ ବାଦ୍‌ ଦେଇ ଦେଉଥିଲେ। ’ ଏଯାବତ୍‌ ତାଙ୍କ ବାପାଙ୍କ ପାଇଁ ତାଙ୍କୁ ଫିଲ୍ମ ମିଳୁ ନଥିବା କଥା ସେ କହିଛନ୍ତି।

Leave A Reply

Your email address will not be published.