ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଏଲନ ମସ୍କ, ଜେଫ୍ ବେଜୋସଙ୍କୁ ପଛରେ ପକାଇଲେ ଗୌତମ ଆଦାନୀ

ନୂଆଦିଲ୍ଲୀ: ବ୍ୟକ୍ତିଗତ ଆୟ କ୍ଷେତ୍ରରେ ଏଲ୍‌ନ ମସ୍କ ଏବଂ ଜେଫ୍ ବେଜୋସଙ୍କୁ ପଛରେ ପକାଇଛନ୍ତି ଭାରୀୟ ଶିଳ୍ପପତି ଗୌତମ ଆଦାନୀ। ଆୟ ମାମଲାରେ ସେ ଏବେ ହୋଇଛନ୍ତି ଦୁନିଆର ନମ୍ବର ଓ୍ୱାନ ବ୍ୟବସାୟୀ। ଏସିଆର ଦ୍ଵିତୀୟ ସବୁଠୁ ଧନ୍ୟ ବ୍ୟକ୍ତି ଗୌତମ ଆଦାନୀଙ୍କ ୨୦୨୧ରେ ନିଜ ସମ୍ପତ୍ତିରେ ୪୯ ବିଲିୟନ ଆମେରିକୀୟ ଡଲାର ବୃଦ୍ଧି ଘଟିଛି। ଦୁନିଆର ୩ ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ, ଜେଫ ବେଜୋସ ଏବଂ ବର୍ଣ୍ଣାର୍ଡ ଆରନୋଲ୍ସଙ୍କ ୨୦୨୧ରେ ଆୟ କରିଥିବା ସମ୍ପତ୍ତି ସବୁକୁ ମିଶାଇ ଦେଲେ ମଧ୍ୟ ଗୌତମ ଆଦାନୀଙ୍କଠୁ କମ୍ ହେବ। ୨୦୨୨ ହୁରୁନ ବିଶ୍ବ ଧନୀ ତାଲିକାରୁ ବୁଧବାର ଏହି ସୂଚନା ମିଳିଛି।

ତଥାପି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମାଲିକ ମୁକେଶ ଅମ୍ବାନୀ ୧୦୩ ବିଲିୟନ ଆମେରିକୀୟ ଡଲାର ସହ ଏସିଆର ଏକ ନମ୍ବର ଧନୀ ବ୍ୟକ୍ତି ଅଛନ୍ତି। ତେବେ ୨୦୨୧ରେ ସମ୍ପତ୍ତି ବୃଦ୍ଧି ମାମଲାରେ ଆଦାନୀ ସମସ୍ତଙ୍କୁ ପଛରେ ପକାଇଛନ୍ତି। ଗତ ୧୦ ବର୍ଷରେ ଅମ୍ବାନୀଙ୍କ ସମ୍ପତ୍ତିରେ ୪୦୦ ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ଆଦାନୀଙ୍କ ସଂପତ୍ତିରେ ୧୮୩୦ ପ୍ରତିଶତ ବୃଦ୍ଧି ଘଟିଛି। ହୁରୁନ ବିଶ୍ବ ଧନୀ ତାଲିକାରେ କୁହାଯାଇଛି ଯେ ୫୯ ବର୍ଷୀୟ ଗୌତମ ଆଦାନୀ ୨୦୨୨ରେ ସବୁଠୁ ଅଧିକ ଆୟ ଗତବର୍ଷ ଆଦାନୀ ନିଜ ଡଲାର ଯୋଡିଛନ୍ତି। ଗୋଟିଏ ବର୍ଷରେ ତାଙ୍କ ସମ୍ପତ୍ତିରେ ଯେତିକି ବୃଦ୍ଧି ଘଟିଛି ସେତିକି ବୃଦ୍ଧି ଏଲନ୍ ମସ୍କ, ଜେଫ୍ ବେଜୋସ ଏବଂ ବର୍ଣ୍ଣାର୍ଡ ଆରନୋଲ୍ଟଙ୍କ ପରି ତିନି ବିଶ୍ଵ ଅରବପତିଙ୍କର ସମ୍ପତ୍ତିରେ ହୋଇନାହିଁ। ୨୦୨୧ରେ ମୁକେଶ ଅମ୍ବାନୀଙ୍କ ସଂପତ୍ତିରେ ୨୦ ବିଲିୟନ ଆମେରିକୀୟ ଡଲାର ବୃଦ୍ଧି ଘଟିଥିଲା।

Leave A Reply

Your email address will not be published.