ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦୁଇ ଜଣଙ୍କ ଝଗଡା ପାଇଁ ଥାନାରେ ଅଟକ ରହିଲା ଗାଈ, ମାଲିକାନାକୁ ନେଇ ଦ୍ୱନ୍ଦ୍ୱରେ ପୁଲିସ

ଭୁବନେଶ୍ବର : ଧଉଳି ଥାନାରେ ରୋଚକ ଘଟଣା। ଦୁଇ ଜଣଙ୍କ ଝଗଡା ପାଇଁ ଥାନାରେ ଅଟକ ରହିଛି ଗାଈ। ଜଣେ ମହିଳା ଗାଈଟି ତାଙ୍କର ବୋଲି ଦାବି କରୁଥିବା ବେଳେ ଅନ୍ୟଜଣେ ମହିଳା ଗୁହାଳରୁ ଗାଈକୁ ଫିଟାଇ ନେଇ ତାଙ୍କର ବୋଲି ଦାବି କରୁଛନ୍ତି । ତେଣୁ ଗାଈ କାହାର? ଏ ନେଇ ପୁଲିସ ଦ୍ୱନ୍ଦ୍ୱରେ ପଡ଼ିଛି । ଗାଈର ପ୍ରକୃତ ମାଲିକ କିଏ ତାହା ଜଣାପଡିନଥିବା ବେଳେ, ଉପାୟ ଶୂନ୍ୟ ହୋଇ ପୁଲିସ ଥାନାରେ ଗାଈକୁ ଅଟକ ରଖିଛି। ଏଣେ ପୁଲିସ ଉଭୟ ପକ୍ଷଙ୍କୁ ଥାନାକୁ ଡାକି ଆପୋସ ସମାଧାନ ପ୍ରଚେଷ୍ଟା ଚଳାଇଛି।ଗୋଟିଏ ଗାଈକୁ ଦୁଇଜଣ ନିଜର ବୋଲି ଦାବି କରୁଛନ୍ତି।

ମିଳିଥିବା ସୂଚନା ଅନୁସାରେ ସ୍ଥାନୀୟ ଅଞ୍ଚଳ ଖଟୁଆପଡାର ଜଣଙ୍କ ଗାଈ କିଛି ଦିନ ପୂର୍ବରୁ ହଜିଯାଇଥିଲା। ସେ ବହୁତ ଖୋଜାଖୋଜି କରିବା ପରେ ନିରାଶ ହୋଇଥିଲେ । ଗତ ୧୦ ଦିନ ତଳେ ଗାଈଟି ଗହୀର ବିଲରେ ଚରୁଥିବା ନେଇ କିଛିଲୋକ ମହିଳାଙ୍କୁ କହିଥିଲେ।  ଏହାପରେ ସେ ଖୋଜାଖୋଜି କରିବା ପରେ ନଖାଉରପାଟଣାର ଜଣେ ମହିଳାଙ୍କ ଗୁହାଳେ ଥିବା ଜାଣିପାରିଥିଲେ।

ଏହାପରେ ହଜିଯାଇଥିବା ଗାଈର ମାଲିକ ନଖାଉରପାଟଣାର ଅନ୍ୟଜଣେ ମହିଳାଙ୍କ ଗୁହାଳୁ ଗାଇ ଫିଟାଇ ନେଇଥିଲେ। ଏହାକୁ ନେଇ ମହିଳା ଓ ଉକ୍ତ ବ୍ୟକ୍ତିଙ୍କ ମଧ୍ୟରେ ଏନେଇ ଗଣ୍ଡଗୋଳ ଆରମ୍ଭ ହୋଇଗଲା । ମହିଳା ଘରେ ନଥିବାର ସୁଯୋଗ ନେଇ ତାଙ୍କ ଗୁହାଳରୁ ଗାଈଟିକୁ ଫିଟାଇ ନେଇଥିବା ମହିଳା ଥାନାରେ ଅଭିଯୋଗ କରିଛନ୍ତି । ସେ ଗାଈଟି ତାଙ୍କର ଏବଂ ଅନ୍ୟଜଣେ ମହିଳା ତାଙ୍କୁ ଗୁହାଳରୁ ଗାଈଟିକୁ ଫିଟାଇ ନେଇଯାଇଛନ୍ତି। ହେଲେ ପୁଲିସ ଜାଣିପାରୁନି ଗାଈର ପ୍ରକୃତ ମାଲିକ କିଏ ।ତେଣୁ ଗାଈ ଏବେ ଥାନା ଦୁଆରେ ବନ୍ଧା ହୋଇ ରହିଛି । ଗାଈକୁ ନିଜର ବୋଲି ଦାବି କରି ଉଭୟ ଥାନା ଆଗରେ ବସିରହିଛନ୍ତି ।

Leave A Reply

Your email address will not be published.