ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅତିଷ୍ଠ ହେଲେଣି ସାଧାରଣ ଲୋକେ: ଆଜି ପୁଣି ବଢିଲା ତୈଳ ଦର

ନୂଆଦିଲ୍ଲୀ :ଆଜି ପୁଣି  ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ପାଇଛି। ୧୬ ଦିନରେ ୧୪ ଥର ବଢ଼ି ୧୦ ଟଙ୍କା ଟପିଲାଣି ତୈଳ ଦର । ପେଟ୍ରୋଲ ଦର ୧୦ ଟଙ୍କା ୭୧ ପଇସା ବଢ଼ିଥିବାବେଳେ ଡିଜେଲ ଦର ୧୬ ଦିନରେ ୧୦ ଟଙ୍କା ୬୧ ପଇସା ବୃଦ୍ଧି ପାଇଛି ।

ଦିଲ୍ଲୀରେ ଆଜି ପେଟ୍ରୋଲ ଓ ଡିଜେର ଦର ଲିଟର ପିଛା ୮୦ ପଇସା ବଢ଼ିଛି । ପେଟ୍ରୋଲ ଦର ୧୦୫ ଟଙ୍କା ୬୭ ପଇସା ହୋଇଥିବାବେଳେ ଡିଜେଲ ଦର ୯୬ ଟଙ୍କା ୬୭ ପଇସା ହୋଇଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ଦର ୮୪ ପଇସା ବଢ଼ି ୧୨୦ ଟଙ୍କା ୫୧ ପଇସା ହୋଇଥିବା ବେଳେ ଡିଜେଲ ଦର ଲିଟର ପିଛା ୮୫ ପଇସା ବଢ଼ି ୧୦୪ ଟଙ୍କା ୭୭ ପଇସାରେ ପହଞ୍ଚିଛି ।

ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୮୬ ପଇସା ବଢି ୧୧୨ ଟଙ୍କା ୬୮ ପଇସାରେ ପହଞ୍ଚିଛି ।  ଡିଜେଲ ଦର ୮୫ ପଇସା ବୃଦ୍ଧି ପାଇ ୧୦୨ ଟଙ୍କା ୩୫ ପଇସା ହୋଇଛି । ମାଲକାନଗିରି ପେଟ୍ରୋଲ ଦର ୧୧୮ ଟଙ୍କା ୦୪ ପଇସା ହୋଇଥିବାବେଳେ ଡିଜେଲ ଦର ୧୦୭ ଟଙ୍କା ୬୦ ପଇସା ହୋଇଛି ।

Leave A Reply

Your email address will not be published.