ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଣି ବଢ଼ିବ ତେଲ ଦର: ପେଟ୍ରୋଲ ୩ ଓ ଡିଜେଲ ୪ ଟଙ୍କା ମହଙ୍ଗା ହୋଇପାରେ

ନୂଆଦିଲ୍ଲୀ: ପୁଣି ବଢ଼ିବ ପେଟ୍ରୋଲ ଓ ଡିଜେଲ ଦର। ଏଥର ରାଷ୍ଟ୍ରାୟତ୍ତ ତୈଳ ମାର୍କେଟିଂ କମ୍ପାନୀଗୁଡିକ ପେଟ୍ରୋଲ ଅପେକ୍ଷା ଡିଜେଲ ମୂଲ୍ୟରେ ଅଧିକ ବୃଦ୍ଧି ଘଟାଇବା ସମ୍ଭାବନା ରହିଛି। ଏହି ଅନୁଯାୟୀ, ପେଟ୍ରୋଲ ମୂଲ୍ୟରେ ଲିଟର ପିଛା ୨ରୁ ୩ ଟଙ୍କା ଏବଂ ଡିଜେଲ ୩-୪ ଟଙ୍କା ମହଙ୍ଗା ହୋଇପାରେ। ପେଟ୍ରୋଲ ଏବଂ ଡିଜେଲ ବିକ୍ରିରେ ରାଷ୍ଟ୍ରାୟତ୍ତ ତୈଳ ମାର୍କେଟିଂ କମ୍ପାନୀଗୁଡିକର କ୍ଷତି ବଢ଼ୁଥିବାରୁ ସରକାର ପୁନର୍ବାର ତେଲ ଦର ବୃଦ୍ଧ ଘଟାଇବାକୁ ଯାଉଥିବା ଏକ ସୂତ୍ରରୁ ଜଣାଯାଇଛି। ତୈଳ କମ୍ପାନୀଗୁଡିକର ରାଜସ୍ବ କ୍ଷତି ପେଟ୍ରୋଲ ଲିଟର ପିଛା ୯-୧୦ ଟଙ୍କା ଏବଂ ଡିଜେଲ ୨୫-୩୦ ଟଙ୍କା ହେଉଛି। ମାର୍ଚ୍ଚ ୨୨ରୁ ଏପ୍ରିଲ ୬ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ୧୪ ଥର ବୃଦ୍ଧି ଘଟିଛି।

Leave A Reply

Your email address will not be published.