ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆତଙ୍କବାଦୀଙ୍କ ଧମକ ପରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ କଡ଼ା ଚେକିଂ

ଭୁବନେଶ୍ୱର: ଦିଲ୍ଲୀରେ ଧମକ ଭୁବନେଶ୍ୱରରେ ଇଫେକ୍ଟ। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ହାଇ ଆଲର୍ଟ। ଦିଲ୍ଲୀ ଏୟାରପୋର୍ଟକୁ ଧମକ ପରେ ଭୁବନେଶ୍ୱର ରେ ହାଇ ଆଲର୍ଟ ଜାରି କରାଯାଇଛି। ସୁରକ୍ଷା ପାଇଁ ଏସଓପି ଜାରି କଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ। ବିମାନ ବନ୍ଦରକୁ ଉଡ଼େଇଦେବା ଧମକ ପରେ ୧୦ ଦିନ ପାଇଁ ହାଇ ଆଲର୍ଟ ଜାରିକଲେ ବିମାନ ବନ୍ଦର କର୍ତ୍ତୃପକ୍ଷ। ଅଗଷ୍ଟ ୧୦ ରୁ ୨୦ ତାରିଖ ପର୍ଯ୍ୟନ୍ତ ବଢିଲା ବିମାନବନ୍ଦରରେ ସିକ୍ୟୁରିଟି। ତେବେ ଭିଜିଟର ମାନଙ୍କୁ ବିମାନ ବନ୍ଦରକୁ ଆସିବାକୁ ବାରଣ କରାଯାଇଛି। ଯାତ୍ରୀମାନଙ୍କୁ କଡା ଚେକିଂ କରାଯାଉଛି। ଖାଲି ସେତିକି ନୁହେଁ ବିମାନ ବନ୍ଦର ପରିସରରେ ଗାଡ଼ି ଚଳାଚଳ କରିବା ଉପରେ କଡ଼ା ନଜର ରଖାଯାଇଛି। ସନ୍ଦିଗ୍ଧଙ୍କ ଉପରେ ନଜର ରଖିବେ କେନ୍ଦ୍ରୀୟ ଫୋର୍ସ। କେନ୍ଦ୍ରୀୟ ଫୋର୍ସ ସହ ସ୍ଥାନୀୟ ପୋଲିସ ଓ ଘରୋଇ ସୁରକ୍ଷାକର୍ମୀ ବିମାନବନ୍ଦରରେ ନିୟୋଜିତ ରହିଛନ୍ତି।

Leave A Reply

Your email address will not be published.