ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
BJD 166×600

କରୋନା ଉତ୍ପତ୍ତି ସନ୍ଧାନ କର କିମ୍ବା ଆଉ ଏକ ମହାମାରୀ ପାଇଁ ପ୍ରସ୍ତୁତ ରୁହ

ୱାଶିଂଟନ : କରୋନା ଭୂତାଣୁ(ଭାଇରସ)ର ଉତ୍ପତ୍ତି ନେଇ ପୁଣିଥରେ ସାରା ବିଶ୍ବରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏଥିପାଇଁ ଚିନ୍ତା ମଧ୍ୟ ବୃଦ୍ଧି ପାଇଛି। ରବିବାର ଏ ନେଇ ଆମେରିକାର ଦୁଇ ରୋଗ ବିଶେଷଜ୍ଞ ଚେତାବନୀ ଦେଇଛନ୍ତି। ସେମାନେ କହିଛନ୍ତି ଯେ କରୋନା ଉତ୍ପତ୍ତିର ଯାଞ୍ଚ କର କିମ୍ବା ଆଉ ଏକ ମହାମାରୀ ସାମ୍ନା କରିବାକୁ ପ୍ରସ୍ତୁତ ରୁହ। ଆଗକୁ କୋଭିଡ-୨୬ ଏବଂ କୋଭିଡ-୩୨ ପାଇଁ ପ୍ରସ୍ତୁତ ରୁହ। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସରକାରରେ ଫୁଡ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନର କମିଶନର ଥିବା ସ୍କଟ ଗୋଟିଲେବ ଏବଂ ଟେକ୍ସାସର ଚିଲଡ୍ରେନ େଡଭଲପମେଣ୍ଟ ସେଣ୍ଟର ଫର ଭ୍ୟାକ୍ସିନ ଡେଭଲପମେଣ୍ଟର ସହ ନିର୍ଦ୍ଦେଶ ପିଟର ହୋଟେଜ ଏହି ଚେତାବନୀ ଦେଇଛନ୍ତି। ଗୋଟଲେବ ଏବେ ଔଷଧ କମ୍ପାନୀ ଫାଇଜରର ବୋର୍ଡରେ ସାମିଲ ଅଛନ୍ତି।

Article Bottom (Mobile Only)

ଏହି ଦୁଇ ବିଶେଷଜ୍ଞ କହିଛନ୍ତି ଯେ କରୋନାର ଉତ୍ପତ୍ତି ସନ୍ଧାନ କରିବା ଲାଗି ଏବଂ ଭବିଷ୍ୟତର ମହାମାରୀକୁ ରୋକିବା ପାଇଁ ଚୀନ ସରକାର ବିଶ୍ବକୁ ସାହାଯ୍ୟ କରିବା ଉଚିତ। ଚୀନର ଉହାନ ଲ୍ୟାବର ଭାଇରସ ଲିକ ହୋଇଥିବା ପ୍ରମାଣ ରହିଛି। ଏହା ସହିତ ଚୀନ ମଧ୍ୟ ଏହାକୁ ଭୁଲ ସାବ୍ୟସ୍ତ କରିବାର ପ୍ରମାଣ ଦେଇନାହିଁ। ଅପରପକ୍ଷେ ହୋଟେଜ କହିଛନ୍ତି ଯେ ଯେଉଁଭଳି ଭାବେ କରୋନା ବ୍ୟାପିଛି ତାହା ଦ୍ବାରା ଭବିଷ୍ୟତରେ ମହାମାରୀ ପୁଣି ବ୍ୟାପିବାର ସମ୍ଭାବନା ବୃଦ୍ଧି ପାଇଛି। ୨ ବିଶେଷଜ୍ଞଙ୍କ ଅନୁଯାୟୀ ଚୀନର ଉହାନ ଲ୍ୟାବରୁ ଭାଇରସ ଲିକ୍‌ ହୋଇଛି ନା ବାଦୁଡ଼ି ଦେହରୁ ମଣିଷ ଦେହକୁ ଆସିଛି। ଏହାର ଉତ୍ପତ୍ତି ସନ୍ଧାନ କରିବା ନିହାତି ଜରୁରୀ। ଏହା ପୂର୍ବରୁ ଟ୍ରମ୍ପ କରୋନାକୁ ଚୀନ ଭାଇରସ କହିଥିଲେ ଏବଂ ଏହାର ତଦନ୍ତକୁ ଜୋର ଦେଇଥିଲେ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ)ର ଟିମ୍‌ ମଧ୍ୟ ଉହାନ ଏବଂ ଚୀନର ଅନ୍ୟ ସ୍ଥାନ ଗସ୍ତ କରି ତଦନ୍ତ କରିଥିଲା। କିନ୍ତୁ ଏହି ଟିମ କୌଣସି ନିଷ୍କର୍ଷରେ ପହଞ୍ଚି ପାରିନଥିଲା।

କରୋନା ଲ୍ୟାବରୁ ସୃଷ୍ଟି ହୋଇନାହିଁ ବରଂ ପ୍ରାକୃତିକ ଭାବେ ବିକଶିତ ହୋଇଛି ବୋଲି ହୁ ମତ ଦେଇଥିଲା। କିନ୍ତୁ ଏହାକୁ ବିଶ୍ବର ଅନେକ ରାଷ୍ଟ୍ର ବିରୋଧ କରିଥିଲେ। ସେମାନେ ପୁଣିଥରେ ଉତ୍ପତ୍ତି ତଦନ୍ତ ଲାଗି ହୁ ଉପରେ ଚାପ ପକାଉଛନ୍ତି। ଏହି ଦେଶ ମଧ୍ୟରେ ଇଂଲଣ୍ଡ, ଅଷ୍ଟ୍ରେଲିଆ ସାମିଲ ରହିଛି। ଆମେରିକାର ପୂର୍ବତନ ବୈଦେଶିକ ବ୍ୟାପାର ସଚିବ ମାଇକ ପମ୍ପିଓ କହିଛନ୍ତି ଯେ ଉହାନ ଲ୍ୟାବରେ ଭାଇରସ ଉପରେ ଗବେଷଣା ଚାଲିଥିଲା। ଚୀନ ସେଠାରେ ଜୈବିକ ଅସ୍ତ୍ର ପ୍ରସ୍ତୁତ କରୁଥିଲା। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ କରୋନା ତଦନ୍ତ ନେଇ ଚୀନ ଉପରେ ଚାପ ପକାଇଛନ୍ତି। ସେ ୯୦ ଦିନ ମଧ୍ୟରେ ଉତ୍ପତ୍ତି ସନ୍ଧାନ କରିବାକୁ ନିଜର ଗୁଇନ୍ଦା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ ଚୀନ ଚିହିଁକି ଉଠିଥିଲା ଏବଂ ଆମେରିକାର ଅଭିଯୋଗକୁ ଖଣ୍ଡନ କରିଥିଲା। ଚୀନର ବୈଦେଶିକ ସଚିବ ଆମେରିକାରୁ କରୋନା ଉତ୍ପତ୍ତି ବୋଲି ପାଲଟା ଅଭିଯୋଗ କରିଥିଲେ।

Leave A Reply

Your email address will not be published.