ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜଧାନୀରେ ଅଘଟଣ, ଜିମ ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ବର: ରାଜଧାନୀର ଏକ ଜିମ ଭିତରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ଭୁବନେଶ୍ୱର କଳ୍ପନା ଛକରେ ଥିବା ଏକ ଜିମ୍ ଭିତରୁ ଏହି ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣଙ୍କ ହେଲେ ରଞ୍ଜିତ ନାୟକ। ଘର ୟୁନିଟ୍-୬ ଅଞ୍ଚଳରେ ବୋଲି ଜଣାପଡ଼ିଛି । ହତ୍ଯାର କାରଣ ସ୍ପଷ୍ଟ ଜଣାପଡି ନ ଥିବା ବେଳେ ଯୋଜନା ବଦ୍ଧ ଭାବେ ତାଙ୍କୁ ହତ୍ଯା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ, ସେ ସଂପୃକ୍ତ ଜିମରେ ସିକ୍ୟୁରିଟି ଗାର୍ଡ ଭାବରେ କାମ କରୁଥିଲେ। ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବାରୁ ଏହାକୁ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି । ଖବର ପାଇ ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି । ଏନେଇ ଜିମ୍ ମାଲିକ ଓ ପରିବାର ଲୋକଙ୍କୁ ପୁଲିସ ପଚରାଉଚରା କରୁଛି।

Leave A Reply

Your email address will not be published.