ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
BJD 166×600

୨୦୨୫ରେ ‘ସାଲାର୍-୨’

ସାଉଥ ସୁପରଷ୍ଟାର୍‌ ପ୍ରଭାସ ଏବେ ତାଙ୍କ ଫିଲ୍ମ ‘ସାଲାର’ ପାଇଁ ଚର୍ଚ୍ଚାରେ ଅଛନ୍ତି। ପ୍ରଭାସଙ୍କ ଆକ୍ସନ୍‌ ଅବତାର ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଛି। ଏହି ଫିଲ୍ମ ବକ୍ସ ଅଫିସ୍‌ରେ ବ୍ଲକ୍‌ବଷ୍ଟର୍ ସାବ୍ୟସ୍ତ ହେବା ପରେ ଏବେ ସମସ୍ତେ ଏହାର ଦ୍ବିତୀୟ ଭାଗକୁ ଅପେକ୍ଷା କରିଛନ୍ତି। ଇତିମଧ୍ୟରେ ଏହାର ଦ୍ବିତୀୟ ଭାଗକୁ ନେଇ ଏକ ଖବର ଆସିଛି, ଯାହା ଦର୍ଶକଙ୍କ ଉତ୍ସାହକୁ ବହୁଗୁଣିତ କରିବାକୁ ଯାଉଛି। ତେବେ ‘ସାଲାର୍-୨’ ୨୦୨୫ ସୁଦ୍ଧା ମୁକ୍ତିଲାଭ କରିବ ବୋଲି ଜଣାପଡ଼ିଛି। ନିକଟରେ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ଫିଲ୍ମର ନିର୍ମାତା ବିଜୟ କିରଙ୍ଗଦୁର ନିଜେ ଏକଥା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଫିଲ୍ମର କାହାଣୀ ଲେଖା ହୋଇ ସାରିଛି। ବହୁତ ଜଲ୍‌ଦି ଏହାର ସୁଟିଂ ଆରମ୍ଭ ହେବ। ୨୦୨୫ ଶେଷ ଆଡ଼କୁ ଏହା ରିଲିଜ୍‌ ହେବ। ପ୍ରଶାନ୍ତନୀଲଙ୍କ ନିର୍ଦ୍ଦେଶିତ ‘ସାଲାର୍’ ଦୁଇବନ୍ଧୁଙ୍କ କାହାଣୀ। ଯିଏ କି ପରବର୍ତ୍ତୀ ସମୟରେ ଶତ୍ରୁ ପାଲଟି ଯାଉଛନ୍ତି। ତେବେ ‘ସାଲାର୍’ ଅପେକ୍ଷା ଏହାର ସିକ୍ବେଲରେ ଆହୁରି ଉଚ୍ଚସ୍ତରର ଆକ୍ସନ୍‌ ସିନ୍‌ ରହିବ ବୋଲି କୁହାଯାଉଛି।

Leave A Reply

Your email address will not be published.