ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମଙ୍ଗଳବାର ରାଶିଫଳ ( ୦୯ – ୦୫ – ୨୦୨୩)

ମେଷ: ସହକର୍ମୀଙ୍କ ସହଯୋଗ ପାଇ ଆଗକୁ ବଢ଼ିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ମହିଳାମାନେ ଧାର୍ମିକ କାର୍ଯ୍ୟରେ ସମୟ ବିତାଇବେ। ମାଙ୍ଗଳିକ କାର୍ଯ୍ୟରେ ସମୟ ବିତିବ।

ବୃଷ: ଧନ ଲାଭ ହେବାର ସମ୍ଭାବନା ରହିଛି। ଯୋଜନା ଅନୁସାରେ କାମ କରିବେ। ବ୍ୟବସାୟରେ ଉତ୍ତମ ଫଳ ପାଇବେ। ଅଭିଭାବକମାନେ ପିଲାଙ୍କ କ୍ୟାରିୟରକୁ ନେଇ ଚିନ୍ତିତ ରହିବେ।

ମିଥୁନ: ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ପାରିବାରିକ ଅଶାନ୍ତି ଲାଗି ରହିବ। ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ। ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବ।

କର୍କଟ: ଛାତ୍ରଛାତ୍ରୀମାନେ ପଢ଼ାପଢ଼ିରେ ମନୋନିବେଶ କରିବେ। ମହିଳାମାନେ ଅପ୍ରିୟ ସତ କଥା କହି ସମାଲୋଚନାର ଶିକାର ହୋଇପାରନ୍ତି। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ।

ଏଥିସହିତ ପଢ଼ନ୍ତୁ

ସିଂହ: ପୂର୍ବ ଯୋଜନା ମୁତାବକ କାମ ହେବ। କୌଣସି ଶୁଭ କାର୍ଯ୍ୟରେ ସାମିଲ ରହିବେ। ବିଦ୍ୟାର୍ଥୀମାନେ ଖେଳକୁଦରେ ସମୟ ବିତାଇବେ। ଆଶା କରୁଥିବା ଦିଗରୁ ଅର୍ଥ ପାଇବେ।

କନ୍ୟା: ଦାମ୍ପତ୍ୟ ଜୀବନରେ ମଧୁରତା ରହିବ। ସ୍ୱାସ୍ଥ୍ୟ ସମସ୍ୟା ଉପୁଜିପାରେ। କର୍ମକ୍ଷେତ୍ରରେ ସଫଳତା ପାଇବେ। ପ୍ରିୟଜନଙ୍କ ସହ ଦୂରଯାତ୍ରା କରିପାରନ୍ତି। ପ୍ରେମୀଯୁଗଳଙ୍କ ପାଇଁ ଦିନଟି ଭଲ।

ତୁଳା: ଅଯଥା ଖର୍ଚ୍ଚରେ ପଡ଼ିପାରନ୍ତି। ସ୍ୱାସ୍ଥ୍ୟରେ ଅବନତି ଦେଖାଦେବ। ସାଙ୍ଗସାଥୀଙ୍କ ସହ ଭ୍ରମଣ ଯୋଗ ରହିଛି। କୌଣସି କଥାକୁ ନେଇ ଯୁକ୍ତିତର୍କ ଲାଗିପାରେ।

ବିଛା: କର୍ମକ୍ଷେତ୍ରରେ କାର୍ଯ୍ୟଭାର ବଢ଼ିବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଗୁରୁଜନଙ୍କ ସହ ଆଲୋଚନା କରନ୍ତୁ। ପୂଜାର୍ଚ୍ଚନାରେ ଦିନ ବିତିବ। ମହିଳାମାନେ ଈଶ୍ବରବିଶ୍ବାସୀ ହେବେ।

ଧନୁ: ସକାରାତ୍ମକ ଚିନ୍ତା କରନ୍ତୁ। ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ଆଶା କରିଥିବା ଦିଗରୁ ଅର୍ଥ ପାଇବେ। ଟଙ୍କା ନେଣ-ଦେଣ ସମୟରେ ସତର୍କତା ଅବଲମ୍ବନ କରନ୍ତୁ।

ମକର: ବନ୍ଧୁମିଳନ ଯୋଗ ରହିଛି। ନକାରାତ୍ମକ ଚିନ୍ତାଧାରାରୁ ଦୂରେଇ ରୁହନ୍ତୁ। ବାଦବିବାଦଠାରୁ ଦୂରେଇ ରହିବା ଭଲ। ବିଦ୍ୟାର୍ଥୀମାନେ ପରୀକ୍ଷାରେ ଭଲ ଫଳ ପାଇବେ।

କୁମ୍ଭ: ନୂତନ କାରବାରରେ ସଫଳତା ମିଳିବ। ବିଦ୍ୟାର୍ଥୀଙ୍କ ପାଇଁ ଭଲ ସମୟ। ପୁଞ୍ଜି ନିବେଶ କରି ଲାଭାନ୍ୱିତ ହେବେ। ନିଜ ଲୋକଙ୍କ ସହ କଥା କଟାକଟି ହୋଇପାରେ। ଦୂରଯାତ୍ରା କରିପାରନ୍ତି।

ମୀନ: ମାନସିକ ଅବସାଦରେ ରହିପାରନ୍ତି। ପାରିବାରିକ କଳହ ଉପୁଜିପାରେ। ବ୍ୟବସାୟୀମାନେ ଦୂରଯାତ୍ରା କରିପାରନ୍ତି। ବିଦ୍ୟାର୍ଥୀମାନେ ପଢ଼ାପଢ଼ିରେ ସମୟ ବିତାଇବେ।

Leave A Reply

Your email address will not be published.