ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମଙ୍ଗଳବାର ରାଶିଫଳ ( ୬-୦୭-୨୦୨୧ )

ମେଷ:ଅଭାବ ଓ ଅସନ୍ତୋଷ ମଧ୍ୟ ଦେଇ ଗତି କରିବେ। ପଡୋଶୀଙ୍କ ସହ ମନାନ୍ତର ହୋଇପାରେ। ଚାକିରିରେ କାର୍ଯ୍ୟଭାର ରହିବ। ଶିଳ୍ପ ଓ ବାଣିଜ୍ୟ ପ୍ରତିକୂଳ ରହିବ। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ଧଳା

ବୃଷ:ଦିନଟି ଧନସମ୍ମାନ ପାଇବେ। ପ୍ରଶାସନିକ ଓ ରାଜନୀତିରେ ସୁନାମ ପାଇବେ। ମହିଳାମାନେ ପ୍ରସନ୍ନ ରହିବେ। ଶିଳ୍ପ ଓ ବାଣିଜ୍ୟରେ ଆଶାଜନକ ଫଳ ମିଳିବ। ଶୁଭ ଅଙ୍କ-୮,ଶୁଭ ରଙ୍ଗ-କଳା

ମିଥୁନ:କିଛିଟା ବ୍ୟୟବହୁଳତା ଭିତରେ କାର୍ଯ୍ୟ ହାସଲ କରିବେ। ଚାକିରିରେ ସୁଚାରୁରୂପେ କାର୍ଯ୍ୟ ତୁଲାଇବେ। ପରିବହନ ଓ ବାଣିଜ୍ୟରେ ସ୍ବଳ୍ପ ଲାଭ ମିଳିବ। ଶୁଭ ଅଙ୍କ-୮,ଶୁଭ ରଙ୍ଗ-ଆକାଶୀ

କର୍କଟ:ବିଭିନ୍ନ ଦିଗରୁ ଅର୍ଥାଗମ ଯୋଗ ରହିଛି। ସାଂସାରିକ ବନ୍ଧୁ ମିଳନ ଯୋଗ ରହିଛି। ଚାକିରିରେ ପଦୋନ୍ନତି ହୋଇପାରେ। ଶିଳ୍ପ ଓ ବାଣିଜ୍ୟରେ ଆୟ ବୃଦ୍ଧି ହେବ। ଶୁଭ ଅଙ୍କ-୩,ଶୁଭ ରଙ୍ଗ-କ୍ରିମ୍

ଏଥିସହିତ ପଢ଼ନ୍ତୁ

ସିଂହ:କର୍ମକ୍ଷେତ୍ରରେ ଅଗ୍ରଗତି ଘଟିବ। ଚାକିରିରେ କର୍ତ୍ତୃପକ୍ଷଙ୍କ ସହଯୋଗ ପାଇବେ। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ।ବାଣିଜ୍ୟରେ ଉନ୍ନତି ହେବ। ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ

କନ୍ୟା:ଦିନଟିରେ ଖର୍ଚ୍ଚାନ୍ତ ଦେଖାଦେବ। କିନ୍ତୁ ଅଭାବ ଅନୁଭବ ହେବ ନାହିଁ। ଚାକିରିରେ ଅବହେଳା ରହିବ। ପରିବହନ ଓ ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ। ଶୁଭ ଅଙ୍କ-୬,ଶୁଭ ରଙ୍ଗ-ସିଲଭର୍

ତୁଳା:ବିଭିନ୍ନ କ୍ଷେତ୍ରରେ କ୍ଷତିର ସମ୍ମୁଖୀନ ହେବେ। ଚାକିରି ସମସ୍ୟା ବହୁଳ ରହିବ। ରାଜନୀତିରେ ବିବାଦୀୟ ସ୍ଥିତି ରହିବ। ବାଣିଜ୍ୟରେ କ୍ଷତି ହୋଇପାରେ। ଶୁଭ ଅଙ୍କ-୪,ଶୁଭ ରଙ୍ଗ-ମେଟାଲିକ୍

ବିଛା:ଦେହ ଓ ମନ ଭଲ ରହିବ। ଆୟ ଅବ୍ୟାହତ ରହିବ। ରାଜନୀତିରେ ଲୋକପ୍ରିୟତା ବଢିବ। ଚାକିରିରେ ପ୍ରଶଂସିତ ହେବେ। ବାଣିଜ୍ୟରେ ସଫଳ ହେବେ। ଶୁଭ ଅଙ୍କ-୯,ଶୁଭ ରଙ୍ଗ-କମଳା

ଧନୁ:କର୍ମକ୍ଷେତ୍ରରେ ଉଚ୍ଚସମ୍ମାନ ପାଇବେ। ଚାକିରିରେ ନିଷ୍ଠାପର ରହିବେ। ରାଜନୀତିରେ ନେତୃତ୍ୱ ବୃଦ୍ଧି ପାଇବ। ବାଣିଜ୍ୟରେ ଆୟ ଉତ୍ତମ ହେବ। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ଧଳା

ମକର:ଅସ୍ଥିରତା କାରଣରୁ କାର୍ଯ୍ୟ ତ୍ରୁଟି କରିପାରନ୍ତି। ମହିଳାମାନେ ଆଳସ୍ୟ ରହିବେ। ଚାକିରି କାର୍ଯ୍ୟ ବହୁଳ ରହିବ। ବାଣିଜ୍ୟରେ ମନ୍ଥରତା ରହିବ। ଶୁଭ ଅଙ୍କ-୩,ଶୁଭ ରଙ୍ଗ-ଗୋଲଡେନ୍

କୁମ୍ଭ:ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ମହିଳାମାନେ ଗୃହସଜ୍ଜାରେ ବ୍ୟସ୍ତ ରହିବେ। ଚାକିରିରେ ସ୍ଥାୟିତ୍ବ ରହିବ। ବାଣିଜ୍ୟର ଲାଭଜନକ ରହିବ। ଶୁଭ ଅଙ୍କ-୬,ଶୁଭ ରଙ୍ଗ-ସିଲଭର୍

ମୀନ:ବହୁ ପ୍ରତୀକ୍ଷିତ କାର୍ଯ୍ୟ ସମାପନ ହେବ। ଭ୍ରାତୃଭଗ୍ନୀଙ୍କ ସହ ମିଶି କାର୍ଯ୍ୟ କରିବେ। ରାଜନୀତିରେ ସମ୍ମାନଜନକ ପଦବୀ ପ୍ରାପ୍ତ ହେବ। ବାଣିଜ୍ୟରେ ସଫଳ ହେବେ। ଶୁଭ ଅଙ୍କ-୭,ଶୁଭ ରଙ୍ଗ-କଫି

Leave A Reply

Your email address will not be published.