ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୁବର୍ଣ୍ଣପୁରରେ ୫ଟି ସଚିବ: ବିଭିନ୍ନ ଉନ୍ନୟନ କାମର ସମୀକ୍ଷା ସହ ପ୍ରକଳ୍ପ ବୁଲି ଦେଖିଲେ…

ସୋନପୁର: ଦିନିକିଆ ସୁବର୍ଣ୍ଣପୁର ଗସ୍ତରେ ୫ଟି ସଚିବ ଭିକେ ପାଣ୍ଡିଆନ୍ । ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ଓ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଛନ୍ତି ଭିକେ ପାଣ୍ଡିଆନ୍ । ପାତାଳୀ ଶ୍ରୀକ୍ଷେତ୍ରରେ ଜଗନ୍ନାଥଙ୍କୁ ଦର୍ଶନ କରି ମନ୍ଦିର ଉନ୍ନତିକରଣ ଉପରେ ଆଲୋଚନା କରିଥିଲେ । ଏହାପରେ ଉଲୁଣ୍ଡା ଯାଇ ଲୋକଙ୍କ ସମସ୍ୟା ଶୁଣିଥିଲେ । ଅ

ପରାହ୍ନ ୨ଟା ୨୦ରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସହଲା ପଡ଼ିଆରେ ପହଁଞ୍ଚିଥିଲା ୫ଟି ସଚିବ । ସେଠୁ ସହଲା ପଡ଼ିଆରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଲୋକଙ୍କ ସହ ଆଲୋଚନା କରିବା ସହ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ଚାଷୀଙ୍କ ସମସ୍ୟା ସହ ବିଭିନ୍ନ ଧାର୍ମିକ ଅନୁଷ୍ଠା ଉପରେ ଥିବା ସମସ୍ୟାର ସମାଧାନ ଖୁବଶୀଘ୍ର ହେବ ବୋଲି କହିଥିଲେ ଭିକେ ପାଣ୍ଡିଆନ୍ । ଆସନ୍ତା ୧୧ ତାରିଖ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଖୁସି ଖବର ଶୁଣିବେ ବୋଲି କହିଥିଲେ ଫାଇବ-ଟି ସଚବି । ଡୁଙ୍ଗୁରିପାଲି ବ୍ଲକ ସହଲା ଠାରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ମିଶନ ଶକ୍ତି ମହିଳାଙ୍କ ସହ ଆଲୋଚନା କରିଛନ୍ତି ୫ଟି ସଚିବ।

Leave A Reply

Your email address will not be published.