ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଖୋଲିଲା ହୀରାକୁଦର ଆଉ ୨ଟି ଗେଟ୍, ମୋଟ ୨୪ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ସମ୍ବଲପୁର: ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ବଢୁଛି ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର। ଯାହାକୁ ନଜରରେ ରଖି ହୀରାକୁଦର ଆଜି ଆଉ ୨ଟି ଗେଟ୍‌ ଖୋଲାଯାଇଛି । ଗତ ଦୁଇଦିନର ୨୨ଟି ଗେଟ୍‌ ଖୋଲାଯାଇଥିବା ବେଳେ ଆଜି ଆଉ ୨ଟି ଗେଟ୍ ଖୋଲାଯାଇଛି । ଯାହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ମୋଟ୍‌ ୨୪ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ବାମ ପାର୍ଶ୍ବର ୧୬ଟି ଏବଂ ଡାହାଣ ପାର୍ଶ୍ବର ୮ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ଉପରମୁଣ୍ଡରୁ ହୀରାକୁଦକୁ ଜଳ ପ୍ରବାହ ବଢୁଥିବାରୁ ଅଧିକ ଗେଟ୍ ଖୋଲାଯାଇଛି।

Leave A Reply

Your email address will not be published.