ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗାଧୋଉଥିବାବେଳେ ପୋଖରୀରେ ବୁଡ଼ିଯାଇ ୨ ନାବାଳିକାଙ୍କ ମୃତ୍ୟୁ

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବଡସାହି ଥାନା ଅଧୀନ ପ୍ରତାପପୁର ଗ୍ରାମରେ ମଙ୍ଗଳବାର ପୂର୍ବାହ୍ନରେ ଗାଧୋଉଥିବା ବେଳେ ୨ ଜଣ ନାବାଳିକାଙ୍କର ସଲିଳ ସମାଧି ଘଟିଛି । ଗ୍ରାମର ଜନୈକ ମାଛ ଚାଷ ପୋଖରୀରେ ଗାଧୋଇବା ସମୟରେ ବୁଡି ଯାଇଥିଲେ । ନିକଟରେ ଲୋକେ ତାଙ୍କୁ ଉଦ୍ଧାର କରି ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଛନ୍ତି ।

ମୃତ ନାବାଳିକା ଦୁଇ ଜଣ ହେଉଛନ୍ତି ସୁରେଖା ନାୟକ (୧୫ ବର୍ଷ) ଓ ଲିଲି ନାୟକ(୧୭ ବର୍ଷ) । ଏମାନେ ସମ୍ପର୍କରେ ଦୁଇ ଭଉଣୀ ବୋଲି ଜଣାପଡିଛି।

Leave A Reply

Your email address will not be published.