ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୨ ଦିନ ବନ୍ଦ ରହିବ ବ୍ୟାଙ୍କ ସେବା : ଶ୍ରୀଘ୍ର କରାଇ ନିଅନ୍ତୁ ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟ

ନୂଆଦିଲ୍ଲୀ:ବ୍ୟାଙ୍କ ସମ୍ବନ୍ଧୀୟ କାମ ରହିଛି ଜଦି ଶ୍ରୀଘ୍ର କରାଇ ନିଅନ୍ତୁ। ଜାନୁଆରୀ ୩୦ ଓ ୩୧ ବ୍ୟାଙ୍କ ଷ୍ଟ୍ରାଇକ ରହିଛି। ତେବେ ଆପଣ ଜାନୁଆରୀ ୩୦ ପୂର୍ବରୁ ଆପଣଙ୍କର ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟ କରାଇ ନିଅନ୍ତୁ। ଏହି ଦୁଇ ଦିନିଆ ବ୍ୟାଙ୍କ ଷ୍ଟ୍ରାଇକ ଡାକରା  ୟୁନାଇଟେଡ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ (UFBU) ପକ୍ଷରୁ ଦିଆଯାଇଛି। ଏହା ଅଧିନରେ ଆସୁଥିବା ବ୍ୟଙ୍କ ୟୁନିଅନ ଗୁଡିକ ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଛନ୍ତି। ଦୁଇ ଦିନିଆ ଦେଶବ୍ୟାପୀ ଧର୍ମଘଟ ହେବ।  ତେଣୁ ବ୍ୟାଙ୍କ ଶାଖାଗୁଡ଼ିକରେ ସାଧାରଣ କାର୍ଯ୍ୟ ପ୍ରଭାବିତ ହେବ।

ଜାନୁଆରୀ ୧୫ରେ UFBU ଘୋଷଣା କରିଥିଲା ଯେ, ଏହାର ଅନୁବନ୍ଧିତ ୟୁନିଅନ ସହ ଜଡିତ କର୍ମଚାରୀମାନେ ଜାନୁଆରୀ ୩୦-୩୧ରେ ଧର୍ମଘଟ କରିବେ। ବ୍ୟାଙ୍କ କର୍ମଚାରୀଙ୍କ ଏକାଦଶ ବେତନ ସମାଧାନ ସହ ଜଡିତ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦାବି ରହିଛି। UFBU ଅନୁବନ୍ଧିତ ବ୍ୟାଙ୍କଗୁଡିକରେ ପାଞ୍ଚ ଦିନିଆ କାର୍ଯ୍ୟ ସପ୍ତାହ ।  ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ସ୍ଥିରତା ବୃଦ୍ଧି ଏବଂ ପଦୋନ୍ନତି, ବେତନ ଏବଂ ପେନସନ ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇଁ  ଦାବି କରି ଏହି ବନ୍ଦ ଡାକରା ଦିଆଯାଇଛି।

Leave A Reply

Your email address will not be published.