ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶ୍ରୀମନ୍ଦିର ପାଇଁ ୧୯୦ କୋଟି ୨୬ ଲକ୍ଷ ଟଙ୍କାର ବଳକା ବଜେଟ୍ ଅନୁମୋଦିତ

ପୁରୀ: ଶ୍ରୀମନ୍ଦିର ପାଇଁ ୧୯୦ କୋଟି ୨୬ ଲକ୍ଷ ଟଙ୍କାର ବଳକା ବଜେଟ୍ ଅନୁମୋଦିତ । ଗଜପତିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବଳକା ବଜେଟକୁ ଅନୁମୋଦନ ମିଳିଛି । ଖଣିରୁ ୧୫ କୋଟି, ବ୍ୟାଙ୍କ ଜମା ସୁଧରୁ ୩୭ କୋଟି ଓ ହୁଣ୍ଡିରୁ ୬ କୋଟି ଟଙ୍କା ଆୟ ହୋଇଛି । ସେପଟେ ଖଣିରୁ ଖଣ୍ଡେଲାଇଟ ପଥର‌ ଆମଦାନୀ ପାଇଁ ଓଏମସି ସହିତ ଶ୍ରୀମନ୍ଦିର ପ୍ରଶାସନର ଚୁକ୍ତି ହେବ । ଖଣିରୁ ୭୦ କୋଟି ଆୟ ପାଇଁ ଲକ୍ଷ୍ୟ ରଖାଯାଇଛି ।

ସେହିପରି ପୁରୀ ସହର ଜମିଜମା ସମସ୍ୟାର ସମାଧାନ ପାଇଁ ମୁଖ୍ୟ ଶାସନ ସଚିବଙ୍କ ସହିତ ବୈଠକ ହୋଇଛି । ଖୁବଶୀଘ୍ର ସମସ୍ୟାର ସମାଧାନ ନେଇ ୟୁନିଫର୍ମ ପଲିସିକୁ ସରଳୀକରଣ ନେଇ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ପ୍ରକ୍ରିୟା । ସୂର୍ଯ୍ଯ ମନ୍ଦିର ଦ୍ୱାରର ହେବ ରୂପା ଛାଉଣୀ । ଜଣେ ଦାତାଙ୍କ ଦ୍ୱାରା ରୂପା ଛାଉଣୀ କରାଯିବ । ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀ ମାନଙ୍କ ପାଇଁ ଖୁବଶୀଘ୍ର ଡ୍ରେସ୍‌ କୋଡ ଲାଗୁ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି ।

Leave A Reply

Your email address will not be published.