ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କାଲି ସରିବ ଦୁଇ ହଜାର ଟଙ୍କିଆ ନୋଟ୍ ବଦଳ ଅବଧି, ଏବେବି ଫେରିନି ୧୨ ହଜାର କୋଟିର ୨ହଜାର ଟଙ୍କିଆ ନୋଟ୍‌

ନୂଆଦିଲ୍ଲୀ : ଆସନ୍ତାକାଲି ଅର୍ଥାତ ୭ ଅକ୍ଟୋବର ହେଉଛି ଦୁଇ ହଜାର ଟଙ୍କିଆ ନୋଟ୍ ବଦଳି କରିବାର ଶେଷ ତାରିଖ। ଯଦି ଆପଣଙ୍କ ପାଖରେ ୨୦୦୦ ଟଙ୍କିଆ ନୋଟ୍‌ ରହିଛି, ତେବେ ଆପଣ କାଲି ସେହି ନୋଟକୁ ବ୍ୟାଙ୍କରେ ବଦଳାଇ ପାରିବେ କିମ୍ବା ଆପଣଙ୍କ ଆକାଉଣ୍ଟରେ ଜମା କରିପାରିବେ । କାରଣ ୭ ଅକ୍ଟୋବର ପରେ ଆଉ କୌଣସି ବ୍ୟାଙ୍କ ବ୍ରାଞ୍ଚରେ ୨୦୦୦ ଟଙ୍କିଆ ନୋଟକୁ ବଦଳାଯାଇପାରିବ ନାହିଁ। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ମଇ ୨୩ ରୁ ୨ହଜାର ଟଙ୍କିଆ ନୋଟ ବଦଳାଇବା ଆରମ୍ଭ କରାଯାଇଥିଲା। ଏହି ଅବଧି ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଥିଲା। ଯାହାକୁ ସେପ୍ଟେମ୍ବର ୩୦ ବୃଦ୍ଧି କରି ଭାରତୀୟ ରିଜର୍ଭ ବ୍ୟାଙ୍କ ଅକ୍ଟୋବର ୭ ବଢାଇଥିଲା। ଯାହା କାଲି ଶେଷ ହେବ।

ଅନ୍ୟପଟେ ଆଜି  ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ କହିଛନ୍ତି ବର୍ତ୍ତମାନ ସୁଦ୍ଧା ୧୨ ହଜାର କୋଟିର ୨ ହଜାର ଟଙ୍କିଆ ନୋଟ ଫେରିନାହିଁ। ମୋଟ୍‌ ୨୦୦୦ ଟଙ୍କିଆ ନୋଟ୍‌ର ୯୬ ପ୍ରତିଶତ ଫେରିଆସିଛି। ଶକ୍ତିକାନ୍ତ ଦାସ କହିଛନ୍ତି, ‘ଏପର୍ଯ୍ୟନ୍ତ ଆମେ ପ୍ରାୟ ୩.୩୨ ଲକ୍ଷ କୋଟି ଟଙ୍କାର ୨୦୦୦ ନୋଟ ଫେରି ପାଇଛୁ ଏବଂ କେବଳ ୧୨୦୦୦ କୋଟି ଟଙ୍କିଆ ନୋଟ୍ ବାକି ଅଛି। ୨୦୦୦ଟଙ୍କିଆ ନୋଟର ୮୭ ପ୍ରତିଶତ ବ୍ୟାଙ୍କ ଜମା ହିସାବରେ ବ୍ୟାଙ୍କକୁ ଫେରିଛି ଏବଂ ବାକି ଅନ୍ୟ ନୋଟ ପାଇଁ ବିନିମୟ ହୋଇଛି।

ଚଳିତ ବର୍ଷ ମେ ୧୯ରେ ଯେତେବେଳେ ଆରବିଆଇ ପକ୍ଷରୁ ୨୦୦୦ ଟଙ୍କିଆ ନୋଟ ପ୍ରତ୍ୟାହାର ଘୋଷଣା କରାଯାଇଥିଲା, ସେତେବେଳେ ବଜାରରେ ମୋଟ  ୩.୪୪ ଲକ୍ଷ କୋଟି ଟଙ୍କାର ନୋଟ ପ୍ରଚଳିତ ଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ମଇ ୨୩ ରୁ ୨ହଜାର ଟଙ୍କିଆ ନୋଟ ବଦଳାଇବା ଆରମ୍ଭ କରାଯାଇଥିଲା। ଏହି ଅବଧି ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଥିଲା। କିନ୍ତୁ ପୁଣି ଆରବିଆଇ ଏହି ଅବଧିକୁ ୭ ଅକ୍ଟୋବର  ଯାଏଁ ବୃଦ୍ଧି କରିଥିଲା।

ବ୍ୟାଙ୍କରେ ୨୦୦୦ ଟଙ୍କିଆ ନୋଟ୍‌ ବଦଳାଇବାର ନିୟମ

ଯେଉଁମାନଙ୍କ ପାଖରେ ୨୦୦୦ ଟଙ୍କିଆ ନୋଟ୍ ଅଛି ସେମାନେ ବିନା ସ୍ଲିପ୍‌ ଏବଂ ଆଇଡିରେ ବ୍ୟାଙ୍କ ଯାଇ ତାହାକୁ ବିନିମୟ ଏବଂ ଜମା କରିପାରିବେ। ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ୨୦୦୦ ଟଙ୍କିଆ ନୋଟ୍‌ ଜମା ଏବଂ ବଦଳ କ୍ଷେତ୍ରରେ କୌଣସି ପ୍ରକାରର କାଗଜପତ୍ର ଆବଶ୍ୟକ ନାହିଁ। ନିକଟତମ ଶାଖା କିମ୍ବା ଅନ୍ୟ କୌଣସି ବ୍ୟାଙ୍କରେ ମଧ୍ୟ ଏହି ନୋଟ୍‌ଗୁଡିକୁ ଆକାଉଣ୍ଟରେ ବିନିମୟ କିମ୍ବା ଜମା କରାଯାଇପାରିବ। ବ୍ୟାଙ୍କରେ ନୋଟ୍ ଜମା କରିବା ଏବଂ ବିନିମୟ ପାଇଁ ପୁରୁଣା ନିୟମ ଲାଗୁ ହେବ।

୨୦୦୦ ଟଙ୍କିଆ ନୋଟ୍‌ ଜମା କରିବାରେ କୌଣସି ସୀମା ଧାର୍ଯ୍ୟ କରାଯାଇନାହିଁ। ଆପଣ ନିଜ ଆକାଉଣ୍ଟରେ ଯେତିକି ନଗଦ ଚାହିଁବେ ଜମା କରିପାରିବେ। ୫୦ ହଜାରରୁ ଅଧିକ ଟଙ୍କା ଜମା ଉପରେ ପାନ୍ କାର୍ଡ ଦେବାକୁ ପଡିବ, ଯେଉଁ ନିୟମ ପୂର୍ବରୁ ବଳବତ୍ତର ଅଛି। ଏହା କେବଳ ୨୦୦୦ ଟଙ୍କିଆ ନୋଟ୍‌ ନୁହେଁ ବରଂ ସମସ୍ତ ବର୍ଗର ନୋଟ କ୍ଷେତ୍ରରେ ପ୍ରଯୁଯ୍ୟ। ଆରବିଆଇ ନିୟମ ଅନୁଯାୟୀ, ବ୍ୟାଙ୍କ ଆକାଉଣ୍ଟରେ ୨୦ ଲକ୍ଷରୁ ଅଧିକ ଟଙ୍କା କିମ୍ବା ଗୋଟିଏ ଆର୍ଥିକବର୍ଷରେ ଦିନକୁ ୫୦,୦୦୦ରୁ ଅଧିକ ଟଙ୍କା ଜମା କିମ୍ବା ଉଠାଣ ପାଇଁ ପାନ୍ ଏବଂ ଆଧାର ଆବଶ୍ୟକ। ଗୋଟିଏ ଦିନରେ ଜଣେ ୧୦ ଖଣ୍ଡ ୨୦୦୦ ଟଙ୍କିଆ ନୋଟ୍‌ କିମ୍ବା ସର୍ବାଧିକ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ନୋଟ୍‌ ବଦଳ କରିପାରିବେ।

Leave A Reply

Your email address will not be published.