ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶୁକ୍ରବାର ରାଶିଫଳ ( ୧୦ – ୦୩ – ୨୦୨୩ )

ମେଷ: ମହିଳାମାନଙ୍କ ଆତ୍ମବିଶ୍ୱାସ ବଜାୟ ରଖିବା ଉଚିତ। କର୍ମସ୍ଥଳୀରେ ନିଜ ପ୍ରତିଭାର ବିକାଶ ହେବ। ନୂତନ ବ୍ୟବସାୟରେ ଅର୍ଥ ବିନିଯୋଗ କରି ସଫଳତା ପାଇବେ। କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି।

ବୃଷ: ମିଳିଥିବା ମଉକାର ଫାଇଦା ଉଠାଇବେ। ଷ୍ଟକ୍‌ ବଜାରରେ ଅର୍ଥ ବିନିଯୋଗ କରି ଲାଭବାନ ହେବେ। ନିଜ ସ୍ବାସ୍ଥ ପ୍ରତି ଧ୍ୟାନ ରଖନ୍ତୁ। କୌଣସି ସାଂସ୍କୃତିକ କାର୍ଯ୍ୟକର୍ମରେ ଯୋଗଦାନ କରିପାରନ୍ତି।

ମିଥୁନ: ବୃତ୍ତି ପାଇଁ ନିଜ ଜୀବନକୁ ଅଣଦେଖା କରନ୍ତୁ ନାହିଁ। ପୂର୍ବରୁ କରିଥିବା ବିନିଯୋଗ ଲାଭ ଦେଇପାରେ । ନୂତନ ସୁଯୋଗ ପାଇ ବ୍ୟବସାୟରେ ବୃଦ୍ଧି ହେବ।

କର୍କଟ: ପାରିବାରିକ ତିକ୍ତତା ଦେଖାଦେବ। ମହିଳାମାନେ ବିଷମ ପରିସ୍ଥିତିରେ ପଡ଼ିଯାଇ ପାରନ୍ତି। ଛାତ୍ରଛାତ୍ରୀଙ୍କ ଖେଳକୁଦରେ ସମୟ କଟିବ। ଆର୍ଥିକସ୍ଥିତିରେ ପରିବର୍ତ୍ତନ ଦେଖାଦେବ।

ଏଥିସହିତ ପଢ଼ନ୍ତୁ

ସିଂହ: ସମ୍ପତ୍ତିରେ ବିନିଯୋଗ ଲାଭଦାୟକ ହୋଇପାରେ । ଇଚ୍ଛା ଅନୁଯାୟୀ ଯାତ୍ରା କରି ଉତ୍ସାହିତ ମନେ କରିବେ। କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ ।

କନ୍ୟା: ପତି-ପତ୍ନୀଙ୍କ ମଧ୍ୟରେ ମତଭେଦ ହୋଇପାରେ। ଆୟ ତୁଳନାରେ ବ୍ୟୟ ଅଧିକ ରହିବ। ପରିବର୍ତ୍ତନଶୀଳ ମନ୍ତବ୍ୟ ଦେଇ ପାରନ୍ତି। ମହିଳାମାନେ ଆତ୍ମନିର୍ଭରଶୀଳା ହେବେ।

ତୁଳା: ପରିବାର ସହିତ ଅଧିକ ସମୟ କଟାଇବେ। ବୃତ୍ତିଗତ ଜୀବନରେ ପରିବର୍ତ୍ତନ ଦେଖାଦେବ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ପାଇବ। ବ୍ୟବସାୟରେ ନୂତନ ଆଶା ସଂଚାର ହେବ।

ବିଛା: ପୁରୁଣା ରୋଗକୁ ହେଳା କରି କଷ୍ଟ ପାଇପାରନ୍ତି। ଅଯଥା ଖର୍ଚ୍ଚ କରିବାରୁ ଦୂରେଇ ରୁହନ୍ତୁ। ସହକର୍ମୀଙ୍କ ଉତ୍ତମ ବୁଝାମଣା ରହିବ। ଯାତ୍ରା ସମୟରେ କିଛି ନିଆରା ଅନୁଭବ ପାଇବେ।

ଧନୁ: ନୂତନ ଯାନବାହନ ବା ସମ୍ପତ୍ତି କିଣିବାର ଯୋଗ ରହିଛି। ପରିବାର ଦାୟିତ୍ବ ବଢ଼ିବାକୁ ଲାଗିବ। ଜୀବନସାଥୀଙ୍କ ସହ ତିକ୍ତତା ଦେଖାଦେବ। ଅଯଥା କଥାରେ ସମୟ ନଷ୍ଟ କରିବେ।

ମକର: ଗୁରୁତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ବ୍ୟବସାୟୀମାନେ ନିଜ କାର୍ଯ୍ୟରେ ଅଧିକ ଧ୍ୟାନ ଦେବା ଉଚିତ। ସାଙ୍ଗସାଥୀଙ୍କ ସହ ଭ୍ରମଣରେ ଯାଇପାରନ୍ତି। କର୍ମକ୍ଷେତ୍ରରେ ପ୍ରଶଂସାର ଅଧିକାରୀ ହେବେ।

କୁମ୍ଭ: ଅନ୍ୟର କଥା ଶୁଣି ନିଜ ଲୋକଙ୍କ ପ୍ରତି ଭୁଲ ଧାରଣା ସୃଷ୍ଟି ହୋଇପାରେ। କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରିବାକୁ ପଡ଼ିପାରେ। ଅଜଣା ବ୍ୟକ୍ତିଙ୍କଠାରୁ ସର୍ତକ ରୁହନ୍ତୁ।

ମୀନ: ଆରାମରେ ଦିନ କଟାଇବେ । କଠିନ ପରିଶ୍ରମର ଫଳ ପାଇବେ। କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ଅଧିକାରୀଙ୍କଠାରୁ ଦାୟିତ୍ବ ପାଇବେ, ଯାହା ଆପଣଙ୍କ ପାଇଁ ପ୍ରଗତିର ପଥ ସାଜିବ।

Leave A Reply

Your email address will not be published.