ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
BJD 166×600

ରାଜଧାନୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଡିଭାଇଡର ଭାଙ୍ଗି ବସ୍‌କୁ ପିଟିଲା କାର୍, ଜଣେ ମୃତ, ୪ ଆହତ

ଭୁବନେଶ୍ବର : ରାଜଧାନୀରେ ପୁଣି ଏକ ସଡକ ଦୁର୍ଘଟଣା । ଚନ୍ଦ୍ରଶେଖରପୁର ଥାନା ନିକଟ ପେଟ୍ରୋଲ ପମ୍ପ ନିକଟରେ ଘଟିଥିବା ଦୁର୍ଘଟଣାରେ ଜଣଙ୍କର ଜୀବନ ଯାଇଛି । ଏକ ଦ୍ରୁତଗାମୀ କାର୍ ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ମାଡିଯାଇ ଅନ୍ୟପାର୍ଶ୍ୱରେ ଆସୁଥିବା ଏକ ବସକୁ ପିଟିଥିଲା । ଏଥିରେ ଜଣେ ପ୍ରାଣ ହରାଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

Article Bottom (Mobile Only)

ମିଳିଥିବା ସୂଚନା ମୁତାବକ ଆଜି ଭୋରୁ ଏକ କାର ଜୟଦେବ ବିହାରରୁ ପଟିଆ ଆଡକୁ ଦ୍ରୁତ ଗତିରେ ଯାଉଥିଲା। ଏହି ସମୟରେ କାର୍‌ଟି ନିୟନ୍ତ୍ରଣ ହରାଇ ଡିଭାଇଡର ପିଟି ହୋଇ ଡ଼ମଣା ପଟୁ ଆସୁଥିବା ଏକ ବସକୁ ପିଟି ଥିଲା। ଏହି ଦୁର୍ଘଟଣାରେ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ୪ ଆହତ ହୋଇଥିଲେ। ତେବେ ଦୁର୍ଘଟଣାରେ କାର୍‌ଟି ଭାଙ୍ଗି ଚୁରମାର ହୋଇଯାଇଛି।

ସୂଚନାଯୋଗ୍ୟ ଶୁକ୍ରବାର ବିଳମ୍ବିତ ରାତିରେ ପାହାଳ ଛକ ନିକଟରେ ମଧ୍ୟ ଏକ ଦୁର୍ଘଟଣାରେ ଘଟିଥି ୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଏକ କାର୍ ଠିଆ ହୋଇଥିବା ଟ୍ରକର ପଛପଟେ ପିଟି ହୋଇଯିବାରୁ ଦୁର୍ଘଟଣା ଘଟିଥିଲା ।

Leave A Reply

Your email address will not be published.