ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସ୍ୱାମୀର ଗୁଳିମାଡରେ ଚାଲିଗଲା ସ୍ତ୍ରୀର ଜୀବନ, ଝିଅ ଗୁରୁତର

କଳାହାଣ୍ଡି: ସ୍ୱାମୀର ଗୁଳି ମାଡରେ ସ୍ତ୍ରୀ ମୃତ ।କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଲ୍ ରାମପୁର ବ୍ଲକ ରରପୁ କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା । ସ୍ୱାମୀର ଗୁଳି ମାଡରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ ଝିଅର ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା।

ସୂଚନା ଅନୁଯାୟୀ, ରଣପୁର ଗାଁର ବନ ମାଝୀଙ୍କ ଚାଷ ଜମିରେ ପଶି କିଛି ଗାଈ ଧାନ ଫସଲ ନଷ୍ଟ କରିଥିଲେ । ଏଥିରେ ବନ ମାଝୀ ରାଗି ଯାଇ ଦେଶୀ ବନ୍ଧୁକରେ ଗାଈଙ୍କୁ ଗୁଳି କରିବା ବେଳେ ତାଙ୍କ ସ୍ତ୍ରୀ ଜେମାଦେଇ ଏବଂ ଝିଅ ବିଦ୍ୟା ତାଙ୍କୁ ଅଟକାଇଥିଲେ। ହେଲେ ଏହି ସମୟରେ ଦେଶୀ ବନ୍ଧୁକର ଗୁଳି ଫୁଟିବାରୁ ତାଙ୍କ ସ୍ତ୍ରୀ ଏବଂ ଝିଅ ଦେହରେ ବାଜିଥିଲା। ଗୁଳିମାଡ ପରେ ଉଭୟ ଗୁରୁତରଙ୍କୁ ପ୍ରଥମେ ଭବାନୀପାଟଣା ସହିଦ ରେଣ୍ଡୋମାଝୀ ମେଡିକାଲ୍ କଲେଜରେ ଭର୍ତ୍ତି କରାଯାଇଥିଲା। ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସ୍ତ୍ରୀ ଜେମାଦେଇ ମାଝୀଙ୍କ ମୃତ୍ୟୁ ହୋଇଥିବାବେଳେ ଝିଅର ଅବସ୍ଥା ସଙ୍କଟାପନ୍ନ ରହିଛି। ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସ୍ଵାମୀ ବନ ମାଝୀଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.