ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶେଷ ରଜରେ ଅଘଟଣ : ବାଇକ୍‌-କାର୍‌ ମୁହାଁମୁହିଁ ଧକ୍କା,ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ

ବ୍ରହ୍ମପୁର : ଶେଷ ରଜରେ ଅଘଟଣ। ବାଇକ୍‌-କାର୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣ ସାଙ୍ଗଙ୍କ ଜୀବନ ଚାଲିଯାଇଛି। ଏପରି ଏକ ଅଘଟଣ ଘଟିଛି ଖଲ୍ଲିକୋଟ ଅଞ୍ଚଳରେ।

ମିଳିଥିବା ସୂଚନା ଅନୁସାରେ ଖଲ୍ଲିକୋଟ ଥାନା ଭରଷା ଗ୍ରାମର ଦୁଇ ବନ୍ଧୁ ଆଲୋକ ଗୌଡ ଓ ନିରାକାର ଗୌଡ ବାଇକ୍‌ ଯୋଗେ ମୁକୁନ୍ଦପୁରରୁ ନିଜ ଗାଁକୁ ଫେରୁଥିଲେ। ଫେରିବା ବେଳେ ନିର୍ମଳଝର ଠାରେ ବାଇକ ଓ କାର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ହିଁ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଯାଇଥିଲା।

 

Leave A Reply

Your email address will not be published.