ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜେସିବି ମାଲିକଙ୍କ ଠାରୁ ୩୦ ହଜାର ଲାଞ୍ଚ ନେବା ମାମଲା, ଅବସରପ୍ରାପ୍ତ ମୃତିକା ସଂରକ୍ଷଣ ଓଭରସିଅରଙ୍କୁ ୪ ବର୍ଷ ଜେଲ

ସୁନ୍ଦରଗଡ଼ : ସୁନ୍ଦରଗଡ ସ୍ୱତନ୍ତ୍ର ଦୁର୍ନିତୀ ନିବାରଣ ଅଦାଲତର ସ୍ୱତନ୍ତ୍ର ବିଚାରପତି ରାଜଲକ୍ଷ୍ମୀ ପଟ୍ଟନାୟକ ଏକ ଲାଞ୍ଚ ଗ୍ରହଣ ମାମଲାର ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଦଣ୍ଡସ୍ୱରୂପ ସଂପୃକ୍ତ ଅଭିଯୁକ୍ତ ଭଷ୍ମା ଥାନା ଅନ୍ତର୍ଗତ ଜମୁନାଢିପା ଗ୍ରାମର ରବିରତ୍ନ କରିଆଲି (୬୭)ଙ୍କୁ ୪ ବର୍ଷ ଜେଲ ଓ ୨୦ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ହେଲେ ବିଚାରପତି ଅଧିକ ଏକ ବର୍ଷ ଜେଲ ଦଣ୍ଡର ରାୟ ଶୁଣାଇଛନ୍ତି ।

ମାମଲାର ବିବାରଣୀରୁ ପ୍ରକାଶ ଯେ, ବିଗତ ୨୦୧୫ ମସିହାରେ ଜମୁନାଢିପା ଗ୍ରାମର ରବିରତ୍ନ କରିଆଲି ଲହୁଣୀପଡା ସମରଡିହିରେ ମୃତିକା ସଂରକ୍ଷଣ ଓଭରସିଅର ତଥା ପ୍ରକଳ୍ପ କାର୍ଯ୍ୟକାରୀ ଏଜେନ୍ସି ଭାବେ କାମ କରୁଥିବା ବେଳେ ଲହୁଣୀପଡା ଥାନା ସରଧାପୁର ଦେଓପୋଷ ଗ୍ରାମର ଭୋଲେଶ୍ୱର ମହନ୍ତ କେତେକ ଜଳ ଅମଳ ପ୍ରକଳ୍ପରେ ତାଙ୍କ ଜେସିବି ଲଗାଇ ଥିଲେ । ଭୋଲେଶ୍ୱରଙ୍କର ଜେସିବିର ବକେୟା ବିଲ ପ୍ରଦାନ ପାଇଁ ରବିରତ୍ନ ୩୦ ହଜାର ଟଙ୍କା ଲାଞ୍ଚ ମାଗି ଥିଲେ । ଏଣୁ ଭୋଲେଶ୍ୱର ଏହା ବିରୋଧରେ ଦୁର୍ନିତୀ ନିବାରଣ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ଏହା ପରେ ଦୁର୍ନିତୀ ନିବାରଣ ବିଭାଗ ପକ୍ଷରୁ ଏହି ଲାଞ୍ଚୁଆ ଓଭରସିଅରଙ୍କୁ ଧରିବାକୁ ଯୋଜନା କରା ଯାଇଥିଲା ।

ଯୋଜନା ମୁତାବାକ, ଉକ୍ତ ବର୍ଷ ମଇ ୩୦ ତାରିଖରେ ଭୋଲେଶ୍ୱର ତାଙ୍କୁ ଦୁର୍ନିତୀ ନିବାରଣ ଅଧିକାରୀଙ୍କ ଦ୍ୱାରା ପ୍ରଦତ ୩୦ ହଜାର ଟଙ୍କା ଲାଞ୍ଚ ପ୍ରଦାନ କରୁଥିବା ବେଳେ ଘଟଣାସ୍ଥଳରେ ପୂର୍ବରୁ ଛକି ରହିଥିବା ଦୁର୍ନିତୀ ନିବାରଣ ଅଧିକାରୀଙ୍କୁ ମାନେ ଲାଞ୍ଚ ଟଙ୍କା ଜବତ କରି ଗିରଫ କରିଥିଲେ । ଦୁର୍ନିତୀ ନିବାରଣ ଇନ୍ସପେକ୍ଟର ପ୍ରଦୀପ କୁମାର ଆଇନ୍ଦ ଘଟଣାର ତଦନ୍ତ କରି ଅଦାଲତରେ ଚାର୍ଜସିଟ ଦାଖଲ କରିଥିବା ବେଳେ ସରକାରଙ୍କ ପକ୍ଷରୁ ଦୁର୍ନିତୀ ନିବାରଣ ଅଦାଲତର ସ୍ୱତନ୍ତ୍ର ପବ୍ଲିକ ପ୍ରୋସିକ୍ୟୁଟର ଶ୍ୟାମସୁନ୍ଦର ମିଶ୍ର ମାମଲା ପରିଚାଳନା କରିଥିଲେ । ବିଚାରପତିଙ୍କ ଚୂଡାନ୍ତ ରାୟ ପରେ ଅଭିଯୁକ୍ତଙ୍କୁ ସୁନ୍ଦରଗଡ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆ ଯାଇଛି।

Leave A Reply

Your email address will not be published.