ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରଥଯାତ୍ରା-୨୦୨୪: ଛତିଶା ନିଯୋଗ ବୈଠକ ଶେଷ, ଅପରାହ୍ନ ୫ଟାରେ ହେବ ରଥଟଣା

୧୯୭୧ ମସିହା ନୀତି ନିର୍ଘଣ୍ଟ ଅନୁଯାଇ ଚଳିତ ବର୍ଷ ନୀତି ନିର୍ଘଣ୍ଟ ସ୍ଥିର

ପୁରୀ: ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଶେଷ  ହୋଇଛି। ଆଗାମୀ ରଥଯାତ୍ରା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ହେବାକୁ ଥିବା ସମସ୍ତ ନୀତି କାନ୍ତି ନୀତି ନିର୍ଘଣ୍ଟ କରାଯାଇଛି। ଜୁଲାଇ ୬ ତାରିଖ ଦିନ ପଟିଦିଅଁଙ୍କ ଠାରୁ ରଥ ଖଳାକୁ ଆଜ୍ଞାମାଳ ବିଜେ କରାଯିବ। ୭ ତାରିଖ ଦିନ ଭୋର ୨ ଟାରୁ ଦ୍ୱାରଫିଟା ଯାଇ ନେତ୍ର ଉତ୍ସବ ନୀତି କରାଯିବା ସହ ସେହି ଦିନ ରଥ ପ୍ରତିଷ୍ଠା ଓ ମହାପ୍ରଭୁଙ୍କ ପହଣ୍ଡି, ଛେରା ପହଁରା ଆଦି ସମସ୍ତ ନୀତି ଶେଷ ହେବ। ପହଣ୍ଡି ଅପରାହ୍ନ ୫ଟାରେ ରଥଟଣା କରାଯିବା ପାଇଁ ନିଷ୍ପତ୍ତି ହୋଇଛି।

୧୯୭୧ ମସିହା ରଥଯାତ୍ରା ଦିନର ନୀତି ନିର୍ଘଣ୍ଟ ଅନୁଯାଇ ଚଳିତ ବର୍ଷ ନୀତି ନିର୍ଘଣ୍ଟ ସ୍ଥିର କରାଯାଇଥିବା ଜଣାପଡିଛି। ଚଳିତ ବର୍ଷ ରଥଯାତ୍ରା ଦିନ ନବଯୌବନ ଦର୍ଶନ, ନେତ୍ର ଉତ୍ସବ ନୀତି ପଡୁଥିବା ହେତୁ ଆଜି ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ ଏପରି ନୀତି ନିର୍ଘଣ୍ଟ କରାଯାଇଥିବା ଜଣାପଡିଛି । ତେବେ ଆସନ୍ତାକାଲି ପରିଚାଳନା କମିଟି ବୈଠକରେ ଏହି ନୀତି ନିର୍ଘଣ୍ଟ ଓ ବ୍ୟବସ୍ଥାବଳିର ଅନୁମୋଦନ କରାଯିବ ବୋଲି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

Leave A Reply

Your email address will not be published.