ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦେଶବାସୀଙ୍କୁ ଇଂରାଜୀ ନବବର୍ଷ ୨୦୨୩ର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶ ତଥା ସମଗ୍ର ବିଶ୍ବରେ ପାଳନ ହେଉଛି ନୂଆବର୍ଷ। ଆନନ୍ଦ ଉଲ୍ଲାସର ସହ ନୂଆବର୍ଷକୁ ସ୍ବାଗତ କରିଛନ୍ତି ଲୋକେ।  ବିଭିନ୍ନ ସ୍ଥାନରେ ବାଣ ଫୁଟାଇ ନୂଆବର୍ଷକୁ ସ୍ବାଗତ କରିଛନ୍ତି ଲୋକେ। ନୂଆବର୍ଷ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୂ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ରାଷ୍ଟ୍ରପତି ଦେଶବାସୀ ତଥା ବିଦେଶରେ ରହୁଥିବା ପ୍ରବାସୀଙ୍କୁ ନୂତନବର୍ଷର ଶୁଭକାମନା ଜଣାଇବା ସହ, ନୂତନ ବର୍ଷ ୨୦୨୩ ସମସ୍ତଙ୍କ ଜୀବନରେ ନୂଆ ପ୍ରେରଣା, ଲକ୍ଷ୍ୟ ଏବଂ ସଫଳତାର କାମନା କରିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ନୂଆବର୍ଷ ସମସ୍ତଙ୍କ ପାଇଁ ଆଶା, ଖୁସି ଏବଂ ସଫତଳାରେ ପରିପୂର୍ଣ୍ଣ ହେବା ସହ, ସମସ୍ତଙ୍କର ଉତ୍ତମ ସ୍ବାସ୍ଥ୍ୟ ପାଇଁ କାମନା କରିଛନ୍ତି।

Leave A Reply

Your email address will not be published.