ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜିଠୁ ପିତୃପକ୍ଷ ଆରମ୍ଭ, ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ ଓ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ

ପୁରୀ: ଆଜିଠାରୁ ଆରମ୍ଭ ହେଉଛି ପିତୃପକ୍ଷ। ଏହା ୧୫ ଦିନ ଅର୍ଥାତ୍‌‌ ମହାଳୟା ପର୍ଯ୍ୟନ୍ତ ଚାଲିବ। ତେବେ ଏହି ପିତୃପକ୍ଷରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ ଓ ପିଣ୍ଡଦାନ କରାଯାଇଥାଏ। ଏଥିଲାଗି ଶ୍ରୀକ୍ଷେତ୍ରରେ ଅନେକ ଶ୍ରଦ୍ଧାଳୁ ବିଭିନ୍ନ ତୀର୍ଥ ପୁଷ୍କରିଣୀ ଏବଂ ମହୋଦଧିରେ ତିଳତର୍ପଣ ଏବଂ ପିଣ୍ଡଦାନ ଆରମ୍ଭ କରିଛନ୍ତି । ତୀର୍ଥରାଜ ମହୋଦଧି, ଶ୍ୱେତଗଙ୍ଗା, ମାର୍କଣ୍ଡ, ଇନ୍ଦ୍ରଦ୍ୟୁମ୍ନ ଓ ନରେନ୍ଦ୍ର ପୁଷ୍କରିଣୀରେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଦେଖିବାକୁ ମିଳିଛି । ସେମାନେ ସ୍ନାନ କରିବା ପରେ ତିଳତର୍ପଣ କରିଛନ୍ତି । ବିଶ୍ୱାସ ରହିଛି, ଏହି ପକ୍ଷରେ ପିତୃଗଣ କୌଣସି ନା କୌଣସି ରୂପରେ ଆମ୍ଭମାନଙ୍କ ପାଖକୁ ଆସନ୍ତି ଏବଂ ଆଶୀର୍ବାଦ ପ୍ରଦାନ କରିଥାନ୍ତି। ନିଜର ପିତୃପୁରୁଷଙ୍କ ମୋକ୍ଷ ଓ ଶାନ୍ତି ପାଇବା ଉଦ୍ଦେଶ୍ୟରେ ଏହି ପୂଜା ବିଧି ବର୍ଷ ବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଥିବା ବେଳେ ପରିବାରର ସର୍ବ କଲ୍ୟାଣ ଉଦ୍ଦେଶ୍ୟରେ କରାଯାଇଥାଏ ବୋଲି ମଧ୍ୟ ବିଶ୍ୱାସ ରହିଛି । ଏହି ପିତୃପୁରୁଷଙ୍କୁ ଦୀପାବଳି ଅମାବାସ୍ୟା ଦିନ ଅନ୍ଧାରରେ ଆସ ଆଲୁଅରେ ଯାଅ ବୋଲି କୁହାଯାଇ ବିଦାୟ ଦିଆଯାଏ। ଧାର୍ମିକ ଗ୍ରନ୍ଥ ଅନୁସାରେ ପାରିବାରିକ କଲ୍ୟାଣ ଓ ପିତୃପୁରୁଷଙ୍କ ଆତ୍ମା ଶାନ୍ତି ପାଇଁ ପିତୃ ପକ୍ଷରେ ଶ୍ରାଦ୍ଧ କର୍ମ କରିବା ଉଚିତ। ବିଧି ପୂର୍ବକ ଶ୍ରାଦ୍ଧ କଲେ ପିତୃପୁରୁଷ ଆଶୀର୍ବାଦ କରିଥାନ୍ତି।

Leave A Reply

Your email address will not be published.