ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଲିସକୁ ଖୋଲା ଚ୍ୟାଲେଞ୍ଜ, ଥାନା ପାଖ ଦୋକାନରୁ ଚୋରି

ରାଉରକେଲା: ପୁଲିସକୁ ଖୋଲା ଚ୍ୟାଲେଞ୍ଜ। ଦୁବୃର୍ତ୍ତମାନେ ଥାନାକୁ ଲାଗି ରହିଥିବା ଏକ ଦୋକାନରୁ ଚୋରି କରି ଫେରାର ହୋଇଯାଇଛନ୍ତି। ସେକ୍ଟର -୧୫ ଥାନା ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ସୂଚନା ମୁତାବକ, ଥାନାକୁ ଲାଗି ମାନସ କୁମାର ଦାସଙ୍କ ଏକ ଆଇସକ୍ରିମ ସମେତ ଅନ୍ୟ ଖାଦ୍ୟ ସାମଗ୍ରୀ ଦୋକାନ ରହିଛି। ଶୁକ୍ରବାର ରାତିରେ ସେ ଦୋକାନ ତାଲା ପକାଇ ଘରକୁ ପଳାଇ ଯାଇଥିଲେ। ଶନିବାର ସକାଳ ପ୍ରାୟ ୮ଟା ବେଳେ ଦୋକାନ ଖୋଲିବାକୁ ଆସିଥିବା ବେଳେ ଆଜବେଷ୍ଟସ, ଟଙ୍କା ବାକ୍ସ ଭାଙ୍ଗିଥିବା ଓ ସାମଗ୍ରୀ ସବୁ ଏଣେତେଣେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ସେ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ଦୁବୃର୍ତ୍ତ ମାନେ ନଗଦ ଟଙ୍କା ସମେତ ଅନ୍ୟ ସାମଗ୍ରୀ ଚୋରି କରି ଫେରାର ହୋଇଯାଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

ଅପରପକ୍ଷେ ଥାନାକୁ ଲାଗି ରହିଥିବା ଉକ୍ତ ଦୋକାନର ଆଜବେଷ୍ଟସ ଭାଙ୍ଗିବା ବେଳେ ପୁଲିସ କିପରି କିଛି ଶବ୍ଦ ଶୁଣି ପାରିଲା ନାହିଁ ବା ଜାଣି ପାରିଲା ନାହିଁ। ରାତିରେ ପୁଲିସ ସଜାଗ ରହୁନି କି ? ଏଭଳି ଅନେକ ପ୍ରଶ୍ନ ଉଠିଛି। ଯଦି ଥାନା ନିକଟରୁ ଏଭଳି କାଣ୍ଡ ଭିଆଇ ଦୁବୃର୍ତ୍ତ ମାନେ ଫେରାର ହୋଇ ଯାଉଛନ୍ତି। ହେଲେ ପୁଲିସ ଜାଣି ପାରୁ ନାହିଁ। ତେବେ ଅନ୍ୟ ସ୍ଥାନରେ ପୁଲିସ ପେଟ୍ରୋଲିଂ କେତେ କଡାକଡି ହେଉଛି ତାହା ସହଜେ ଅନୁମେୟ।

Leave A Reply

Your email address will not be published.