ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଟି-୨୦ କ୍ରିକେଟରୁ ଅବସର ଘୋଷଣା କଲେ ନ୍ୟୁଜିଲାଣ୍ଡର ଷ୍ଟାର ବୋଲର ଟ୍ରେଣ୍ଟ ବୋଲ୍ଟ

ନ୍ୟୁୟର୍କ : ଚଳିତ ଟି-୨୦ ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡର ପ୍ରଦର୍ଶନ ଆଶାନୁରୂପ ହୋଇପାରିନାହିଁ। ଦଳ ନିହାତି ସାଧାରଣ ପ୍ରଦର୍ଶନ କରି ଏହି ମେଗା ଇଭେଣ୍ଟରୁ ବାଦ୍‌ ପଡିଛି। ଗ୍ରୁପ୍‌ ସି’ରେ ଦୁଇଟି ମ୍ୟାଚ୍‌ ଖେଳି ନ୍ୟୁଜିଲାଣ୍ଡ ଉଭୟରେ ପରାସ୍ତ ହୋଇ ପଏଣ୍ଟ ତାଲିକାରେ ଖାତା ଖୋଲି ନପାରି ୫ମ ତଥା ସର୍ବନିମ୍ନ ସ୍ଥାନରେ ରହି ବିଦାୟ ନେଇଛି। ତେବେ ଟି-୨୦ ବିଶ୍ୱକପ୍‌ରେ ଦଳର ଏପରି ପଦର୍ଶନ ମଧ୍ୟରେ ନ୍ୟୁଜିଲାଣ୍ଡର ଅଭିଜ୍ଞ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ଟି-୨୦ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି।

୨୦୧୧ରେ ଡେବ୍ୟୁ କରିବା ପରେ ବୋଲ୍ଟ ନ୍ୟୁଜିଲ୍ୟାଣ୍ଡ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ରହିଆସିଛନ୍ତି। ତାଙ୍କର ଟି -20 ବିଶ୍ୱକପ, ODI ବିଶ୍ୱକପ ଏବଂ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ ଖେଳିବାର ଅଭିଜ୍ଞତା ରହିଛି। ସେ ୨୦୧୪ ଠାରୁ ଚାରିଟି ଟି -20 ବିଶ୍ୱକପରେ ଭାଗ ନେଇଛନ୍ତି, କିନ୍ତୁ ଥରେ ମଧ୍ୟ ବିଶ୍ୱକପ ଜିତିବାରେ ସଫଳ ହୋଇ ନାହାଁନ୍ତି। ଚଳିତ ବିଶ୍ବକପ୍‌ରେ ନ୍ୟୁଜିଲାଣ୍ଡ ପ୍ରଥମ ମୁକାବିଲାରେ ୮୪ ରନରେ ଆଫଗାନିସ୍ତାନଠାରୁ ପରାସ୍ତ ହେବା ପରେ ତା’ର ଦ୍ୱିତୀୟ ମୁକାବିଲାରେ ୱେଷ୍ଟଇଣ୍ଡିଜଠାରୁ ୧୩ ରନରେ ପରାସ୍ତ ହୋଇ ବିପଦରେ ପଡିଥିଲା। ଲଗାତାର ଦୁଇଟି ପରାଜୟ ପରେ ଉଗାଣ୍ଡା ସହ ଖେଳାଯାଇଥିବା ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ବିଜୟୀ ହୋଇଥିଲେ ମଧ୍ୟ ସୁପର-୮ରେ ପହଞ୍ଚିବା ପାଇଁ ଏହା ଯଥେଷ୍ଟ ନଥିଲା।

ଉଗାଣ୍ଡା ବିପକ୍ଷ ମ୍ୟାଚ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରେଣ୍ଟ ବୋଲ୍ଟ ନିଶ୍ଚିତ କରିଛନ୍ତି ଯେ ଏହା ହେଉଛି ତାଙ୍କର ଶେଷ ଟି -20 ବିଶ୍ୱକପ୍। ଏଥି ସହିତ ଚଳିତ ବିଶ୍ୱକପ୍‌କୁ ଦଳ ବାଦ୍‌ ପଡିବା ପରେ ବୋଲ୍ଟ କହିଛନ୍ତି, ‘ଆମେ ନିଶ୍ଚିତ ଭାବେ ଟୁର୍ନାମେଣ୍ଟରେ ଏଭଳି ଆରମ୍ଭ ଚାହିଁନଥିଲୁ। ଏହାକୁ ହଜମ କରିବା କଷ୍ଟକର । ଆମେ ନିରାଶ ହୋଇଛୁ ଯେ ଆମେ ଆଗକୁ ଯାଇ ପାରିଲୁ ନାହିଁ, କିନ୍ତୁ ଯେତେବେଳେ ବି ଆପଣ ଦେଶକୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇବେ, ଏହା ଏକ ଗର୍ବର ମୁହୂର୍ତ୍ତ । ଏହି ଫର୍ମାଟର ବିଶ୍ୱକପରେ ନ୍ୟୁଜିଲ୍ୟାଣ୍ଡ ପୂର୍ବରୁ ଚମତ୍କାର ପ୍ରଦର୍ଶନ କରିଛି। କନ୍ତୁ ଚଳିତ ଥର ଆମେ ଭଲ ଖେଳି ପାରିଲୁ ନାହିଁ ଏବଂ ଯୋଗ୍ୟତା ଅର୍ଜନ କରିପାରିଲୁ ନାହିଁ।

Leave A Reply

Your email address will not be published.