ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମାନବ ଶବକୁ ‘କମ୍ପୋଷ୍ଟ’ କରିବାକୁ ନ୍ୟୁୟର୍କରେ ଅନୁମତି

ନ୍ୟୁୟର୍କ: ମୃତ୍ୟୁ ପରେ ମାନବ ଶବକୁ ‘କମ୍ପୋଷ୍ଟ’ (ଖତ) କରିବା ବିଷୟକୁ ଆଇନସମ୍ମତ କରିବା ଲାଗି ଯୁକ୍ତ ରାଷ୍ଟ୍ର ଆମେରିକାର ନ୍ୟୁୟର୍କ ରାଜ୍ୟ ଅନୁମୋଦନ ଦେଇଛି। ପୂର୍ବରୁ ଏହି ପ୍ରସଙ୍ଗକୁ ଆଇନସମ୍ମତ କରିବା ଲାଗି ଆମେରିକାର ୫ଟି ରାଜ୍ୟ ଅନୁମତି ଦେଇ ସାରିଥିଲା ବେଳେ ଏବେ ନ୍ୟୁୟର୍କ ଷଷ୍ଠ ରାଜ୍ୟ ଭାେବ ଏଥିପାଇଁ ଅନୁମତି ଦେଇଛି।

ଏ ସମ୍ପର୍କରେ ବିବିସି ପକ୍ଷରୁ ପ୍ରକାଶ କରାଯାଇଥିବା ରିପୋର୍ଟ ଅନୁସାରେ ମୃତ୍ୟୁ ପରେ ଜଣେ ବ୍ୟକ୍ତିଙ୍କ ଶବକୁ ଏବେ ମାଟିରେ ପରିଣତ କରାଯାଇପାରିବ। କବର ଦେବା କିମ୍ବା ‌ଶବ ଦାହ କରିବା ଅପେକ୍ଷା ମାନବ ଶବକୁ ଖତରେ ପରିଣତ କରିବା ପରିବେଶ ଅନୁକୂଳ ବୋଲି କୁହାଯାଇଛି। ଏହି ବ୍ୟବସ୍ଥା ଅନୁସାରେ,ମୃତ୍ୟୁ ପରେ ମାନବ ଶବକୁ ଏକ ଆଧାର ମଧ୍ୟରେ କିଛି ସପ୍ତାହ ରଖାଯାଇ ସଢ଼ାଇ ଦିଆଯାଇଥାଏ। ଯାହାକି ‘ପ୍ରାକୃତିକ ଜୈବ ବିଘଟନ’ ପ୍ରକ୍ରିୟା ନାମରେ ଜଣାଶୁଣା। ଆମେରିକାରେ ମାନବ ଶବକୁ ଖତରେ ପରିଣତ କରିବାକୁ ପ୍ରକ୍ରିୟାକୁ ଆଇନସମ୍ମତ କରିବା ୨୦୧୯ରୁ ଆରମ୍ଭ ହୋଇଥିଲା।

Leave A Reply

Your email address will not be published.