ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମୟୂରଭଞ୍ଜରେ ଏମ୍‌ସର ଶାଖା ସ୍ଥାପନ ନେଇ ରାଜ୍ୟସଭାରେ ଦାବି ଉଠାଇଲେ ସାଂସଦ ମମତା ମହାନ୍ତ

ଅମର୍ଦ୍ଦା ଓ ଦାଣ୍ଡବୋଷ ଏୟାରଷ୍ଟ୍ରିପ କାର୍ଯ୍ୟକ୍ଷମ ପାଇଁ ମଧ୍ୟ ଦାବି କଲେ

ବିଶୋଇ : ଓଡ଼ିଶାର ଉତ୍ତର ଭାଗରେ ଅବହେଳିତ ଭାବେ ଥିବା ମୟୂରଭଞ୍ଜ ଜିଲ୍ଲାରେ ଏମ୍ସ୍ ର ଏକ ଶାଖା ସ୍ଥାପନ ପାଇଁ ରାଜ୍ୟସଭା ସାଂସଦ ମମତା ମହାନ୍ତ ଦାବି କରିଛନ୍ତି। ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ସଂସଦରେ ଦେଇଥିବା ଅଭିଭାଷଣ ଉପରେ ସାଂସଦ ମମତା ମହାନ୍ତ ଆଜି ମନ୍ତବ୍ୟ ତଥା ଟିପ୍ପଣୀ ଦେବା ଅବସରରେ ଏହି ଦାବି ଉପସ୍ଥାପନ କରିଛନ୍ତି।

ସେ କହିଛନ୍ତି ଯେ, ମୟୂରଭଞ୍ଜ ଜିଲ୍ଲାରେ ଉନ୍ନତ ମାନର ସ୍ବାସ୍ଥ୍ୟସେବା ଦେବା ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟକ୍ତିଗତ ଉଦ୍ୟମ କରି ଏକ ମେଡିକାଲ୍ କଲେଜ ସ୍ଥାପନ କରିଛନ୍ତି। ଏହି ମେଡିକାଲ୍ କଲେଜକୁ ମହାପୁରୁଷ ପଣ୍ଡିତ ରଘୁନାଥ ମୂର୍ମୁଙ୍କ ନାମରେ ନାମିତ କରାଯାଇଛି। ତେବେ କେନ୍ଦ୍ର ସରକାର୍ ରାଜନୈତିକ ଉଦ୍ଦେଶ୍ୟ ରଖି ଏହି ମେଡିକାଲ୍ କଲେଜର ବିକାଶ ପାଇଁ କୌଣସି ଉଦ୍ୟମ କରୁ ନାହାନ୍ତି। ଫଳରେ ଅଞ୍ଚଳବାସୀ ଉନ୍ନତ ସ୍ବାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ରହିଛନ୍ତି। ଏହି ପରିସ୍ଥିତିରେ ମୟୂରଭଞ୍ଜ ଜିଲ୍ଲାରେ ଏମ୍ସ ର ଏକ ଶାଖା ଖୋଲି କେନ୍ଦ୍ର ସରକାର ଲୋକଙ୍କୁ ଉନ୍ନତମାନର ସେବା ପ୍ରଦାନ କରନ୍ତୁ। ଏହା ଦ୍ବାରା ଓଡ଼ିଶାର କେବଳ ଉତ୍ତର ଭାଗର ଲୋକ ନୁହେଁ, ବରଂ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ରାଜ୍ୟର ଲୋକେ ମଧ୍ୟ ଉପକୃତ ହେବେ।

ସାଂସଦ ମହାନ୍ତ ତାଙ୍କ ଟିପ୍ପଣୀ ରେ ଆହୁରି କହିଛନ୍ତି ଯେ, ରାଷ୍ଟ୍ରପତି ନିଜେ ଏହି ଜିଲ୍ଲାର।କିନ୍ତୁ ଏହି ଜିଲ୍ଲାରେ ରେଳ ସେବାକୁ ଗୁରୁତ୍ୱ ଦିଆଯାଉ ନାହିଁ। ସେହିପରି ରାସଗୋବିନ୍ଦପୁରର ଅମର୍ଦ୍ଦା ଓ ରାଇରଙ୍ଗପୁରର ଦାଣ୍ଡବୋଷ ଏୟାରଷ୍ଟ୍ରିପକୁ କାର୍ଯ୍ୟକ୍ଷମ କରାଯିବା ନେଇ ଦୀର୍ଘ ବର୍ଷ ଧରି ମିଥ୍ୟା ପ୍ରତିଶ୍ରୁତି ଦିଆଯାଉଛି। ଜିଲ୍ଲାର ପ୍ରାୟ ଗ୍ରାମାଞ୍ଚଳକୁ ମୋବାଇଲ ନେଟୱର୍କ ପହଞ୍ଚି ପାରି ନାହିଁ। ଏହାସହ ଜିଲ୍ଲାରେ ପ୍ରସ୍ତାବିତ ରେଳସେବା ଓ ଜାତୀୟ ରାଜପଥ ପୂର୍ଣ୍ଣାଙ୍ଗୀକରଣ ଦାବି, ଏକ ଆଦିବାସୀ ବିଶ୍ଵ ବିଦ୍ୟାଳୟ ସ୍ଥାପନ ଏବଂ ବିଶୋଇ ଠାରେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଏକ ଓଭର ବ୍ରିଜ ନିର୍ମାଣ ପାଇଁ ଦାବି କରିଛନ୍ତି। ତତସହିତ ବିଜେଡି ପକ୍ଷରୁ ଆଗତ ମହିଳା ସଂରକ୍ଷଣ ବିଲ ପାରିତ କରିବା ନେଇ ଦାବି ଉପସ୍ଥାପନ କରିଥିଲେ ।

Leave A Reply

Your email address will not be published.