ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜାମ୍ମୁ କାଶ୍ମୀର: ନଦୀକୁ ଖସିଲା ବସ୍, ୭ରୁ ଉର୍ଦ୍ଧ୍ବ ଯବାନ ସହିଦ୍

ଜାମ୍ମୁ କାଶ୍ମୀର: ସେନାର ITBP କର୍ମଚାରୀଙ୍କ ସହ ଫେରୁଥିବା ଏକ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। କାଶ୍ମୀରର ପହଲଗାମରେ ୧୦୦  ଫୁଟ ଗଭୀର ନଦୀରେ ବସଟି ଖସିପଡିଥିଲା। ଦୁର୍ଘଟଣାର କାରଣ ବସର ବ୍ରେକ୍ ଫେଲ ବୋଲି କୁହାଯାଉଛି। ବସ୍‌ରେ ୩୯ ଜଣ ଯବାନ ଥିଲେ। ସମସ୍ତେ ଅମରନାଥ ଯାତ୍ରା କରିବା ପରେ ଡ୍ୟୁଟିରୁ ଫେରୁଥିଲେ। ଖବର ଅନୁଯାୟୀ ୭ ରୁ ଅଧିକ ସୈନିକଙ୍କ ମୃତ୍ୟୁ ଘଟିଛି। ୩୯ ଜଣ ସେନାଙ୍କ ମଧ୍ଯରୁ  ୩୭ଜଣ  ଇଣ୍ଡୋ-ତିବ୍ଦତୀୟ ସୀମା ପୁଲିସ ଫୋର୍ସ (ଆଇଟିବିପି) ଏବଂ ବାକି ୨ ଜଣ ଜାମ୍ମୁ ଓ କାଶ୍ମୀର ପୁଲିସ ବିଭାଗରେ କାର୍ଯ୍ଯରତ ଥିଲେ ବୋଲି ଜଣାରଡ଼ିଛି।

Leave A Reply

Your email address will not be published.