ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୋମବାର ରାଶିଫଳ (୦୧ – ୦୭ -୨୦୨୪)

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ବହୁତ ଭଲ। ବୁଦ୍ଧିମାନର କାମ କରିଦେଖାଇେବ। କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ସମାଜସେବାରେ ସମୟ ବିତିବ।

ବୃଷ: ଧନପ୍ରାପ୍ତି ପାଇଁ ଦିନଟି ବହୁତ ଭଲ। ଉଧାର ଟଙ୍କା ମଧ୍ୟ ଆଜି ଫେରି ପାଇେବ। ପୈତୃକ ଜମିସମ୍ପତ୍ତିକୁ ନେଇ ଚିନ୍ତାରେ ରହିବେ। ମା’ଙ୍କ ସ୍ବାସ୍ଥ୍ୟ ପ୍ରତି ଅଧିକ ଯତ୍ନଶୀଳ ରହିପାରନ୍ତି।

ମିଥୁନ: ଯାନବାହନ କିଣିବା ଯୋଗ ଅଛି। ମହିଳାମାନେ ସୁନା ଅଳଙ୍କାର କିଣିପାରନ୍ତି। ବ୍ୟବସାୟରେ କମ୍ ନିବେଶ କରି ଅଧିକ ଲାଭ ପାଇବେ। ପାରିବାରିକ ଜୀବନ ସୁଖମୟ ହେବ।

କର୍କଟ: ନିଜ ମନର ବିଚାରକୁ ନିୟନ୍ତ୍ରଣରେ ରଖୀବା ଭଲ। ବିଦ୍ୟାର୍ଥୀମାନେ ପାଠପଢ଼ାରେ ମନ ଦେବେ। ପେଟଜନିତ ସମସ୍ୟା ଦେଖାଦେଇପାରେ। ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।

ଏଥିସହିତ ପଢ଼ନ୍ତୁ

ସିଂହ: ପୈତୃକ ସମ୍ପତ୍ତି ବ୍ରିକି କରିବା ଯୋଜନା କରିବେ। ଆଜିର ଦିନଟି ଆପଣଙ୍କ ପାଇଁ ବହୁତ ଭାଗ୍ୟଶାଳୀ। ପରିଶ୍ରମର ଉତ୍ତମ ଫଳ ପାଇବେ। ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ।

କନ୍ୟା: ଦିନଟି ମିଶ୍ର ଫଳ ପ୍ରଦାନ କରିବ। ନିଷ୍ଠାର ସହ ସମସ୍ତ କାର୍ଯ୍ୟ କରନ୍ତୁ। କର୍ମକ୍ଷେତ୍ରରେ ବସ୍‌ ଆପଣଙ୍କୁ ପ୍ରଶଂସା କରିପାରନ୍ତି। ଜୀବନସାଥିଙ୍କ ସହ ସମୟ ବିତାଇବେ ।

ତୁଳା: ଆଜିର ଦିନଟି ସାମାନ୍ୟ ମଧ୍ୟମ ରହିବ। କୌଣସି ଦିଗରୁ ନିରାଶ ହୋଇ ପାରନ୍ତି। ହଠାତ୍‌ ଖର୍ଚ୍ଚ ବଢ଼ିପାରେ। ଯୋଜନା ମୁତାବକ ସମସ୍ତ କାର୍ଯ୍ୟ କରିବା ଭଲ। ଅଫିସ୍‌ରେ କାର୍ଯ୍ୟଭାର ବଢ଼ିବ।

ବିଛା: କର୍ମକ୍ଷେତ୍ରରେ ନେତୃତ୍ବ କରିବାକୁ ସୁଯୋଗ ମିଳିବ। କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ। ସମାଜ ସେବା କରୁଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରାଯିବ। ବିବାହ ସମସ୍ୟା ସମାଧାନ ହେବ।

ଧନୁ: କୌଣସି ନୂଆ କାମ ଆରମ୍ଭ କରିପାରନ୍ତି। ଦୀର୍ଘଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଉଚ୍ଚଶିକ୍ଷା ପାଇଁ ଭଲ ସମୟ। ସନ୍ତାନଙ୍କ ଭବିଷ୍ୟତ ପାଇଁ ନୂଆ ଯୋଜନା କରିବେ।

ମକର: କର୍ମତତ୍ପର ରହିବେ। ବାପାମାଆଙ୍କ ସହଯୋଗ ମିଳିବ। ଛାତ୍ରଛାତ୍ରୀମାନେ ନୂଆ ବିଷୟ ପାଇଁ ଆଗ୍ରହ ପ୍ରକାଶ କରିବେ। ସ୍ବାମୀ-ସ୍ତ୍ରୀଙ୍କ ସମ୍ପର୍କରେ ମଧୁରତା ଦେଖାଦେବ।

କୁମ୍ଭ: ମହିଳାମାନେ ପୂଜାର୍ଚ୍ଚନାରେ ସମୟ ବିତାଇବେ। ଚାକିରିେର ବଦଳି ସମ୍ଭାବନା ଅଛି। ଭବିଷ୍ୟତ ପାଇଁ ଚିନ୍ତାରେ ରହିବେ ଓ ନୂଆ ଯୋଜନା କରିବେ। ଛାତ୍ରଛାତ୍ରୀ ପଢ଼ାରେ ମନ ଦେବେ।

ମୀନ: ମନ ପ୍ରସନ୍ନ ରହିବ। ଏକାଗ୍ରତା ଏବଂ କାର୍ଯ୍ୟ କରିବାର ନିଷ୍ଠା ଯୋଗୁଁ ଉଚ୍ଚ ପ୍ରଶଂସିତ ହୋଇପାରନ୍ତି। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଦୂରଯାତ୍ରା ଭ୍ରମଣ କରି ଥକ୍କା ଅନୁଭବ କରିେବ।

Leave A Reply

Your email address will not be published.