ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କେନ୍ଦ୍ର କ୍ୟାବିନେଟରେ ଆଜି ହେବ ବଡ଼ ପରିବର୍ତ୍ତନ: ମନ୍ତ୍ରିମଣ୍ଡଳରେ କିଛି ନୂଆ ନାଁ ଯୋଡ଼ି ହେବା ପୂର୍ବରୁ କିଛି ପୁରୁଣା ହେଉଛନ୍ତି ବିଦା

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟରେ ଆଜି ହେବ ବଡ଼ ପରିବର୍ତ୍ତନ । ଏହା ପୂର୍ବରୁ ଦିଲ୍ଲୀରେ ରାଜନୀତିକ ହଲଚଲ୍ ଜାରି ରହିଛି । ମନ୍ତ୍ରିମଣ୍ଡଳରେ କିଛି ନୂଆ ନାଁ ଯୋଡ଼ି ହେବା ପୂର୍ବରୁ କିଛି ପୁରୁଣା ବିଦାୟ ନେଉଛନ୍ତି । କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ କ୍ୟାବିନେଟରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ରମେଶ ପୋଖରିୟାଲ ଖରାପ ସ୍ୱାସ୍ଥ୍ୟ କାରଣରୁ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି । ପଶ୍ଚିମବଙ୍ଗରୁ ସାଂସଦ ଥିବା ଦେବୋଶ୍ରୀ ଚୌଧୁରୀ ମଧ୍ୟ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି । ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ମଧ୍ୟ ଇସ୍ତଫା ଦେଇଥିବା ଜଣାପଡ଼ିଛି ।

ସେହିପରି, କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ପ୍ରତାପ ଷଡ଼ଙ୍ଗୀଙ୍କ ଇସ୍ତଫା ସୂଚନା । ସଂପ୍ରସାରଣ ଅବସରରେ ଇସ୍ତଫା ଦେଇଥିବା ସୂଚନା ମିଳିଛି । MSME ଓ ପଶୁ ସଂପଦ ବିଭାଗ ରାଷ୍ଟ୍ରମନ୍ତ୍ରୀ ଥିଲେ ପ୍ରତାପ ।

Leave A Reply

Your email address will not be published.