ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମାଓବାଦୀଙ୍କ ଟାର୍ଗେଟରେ ବିଏସଏଫ୍ ଯବାନ, ସର୍ଚ୍ଚ ଅପରେସନ ବେଳେ ଜବତ ହେଲା ଟିଫିନ୍ ବୋମା

ଭୁବନେଶ୍ବର: ମାଓବାଦୀଙ୍କ ଟାର୍ଗେଟରେ ଯବାନ । ବିଏସଏଫ ଯବାନଙ୍କୁ ଟାର୍ଗେଟ କରି ରଖିଥିଲେ ବୋମା । କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ କଦମ ଗୁଡ଼ା ଗ୍ରାମ ନିକଟ ଜଙ୍ଗଲରୁ ଉକ୍ତ ବୋମାକୁ ଜବତ କରି ନିଷ୍କ୍ରିୟ କରାଯାଇଛି। ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ୬୫ତମ ବିଏସଏଫ ସହ କୋରାପୁଟ ବୋମା ନିଷ୍କ୍ରିୟ ଟିମ ଘଟଣା ସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ କରିଥିଲେ।ସର୍ଚ୍ଚ ଅପରେସନରେ ଦୁଇଟି ଟିଫିନ୍ ବୋମା ସହ ମାଓ ବ୍ୟାନର ଜବତ କରାଯାଇଛି। ବ୍ୟାନରରେ ଗୁମା ଅଞ୍ଚଳ କମିଟି ସିପିଆଇ ମାଓବାଦୀ ବୋଲି ଉଲ୍ଲେଖ ରହିଛି। କିଛି ଦିନର ନିରବତା ପରେ ପୁଣିଥରେ ସକ୍ରିୟ ହେଉଛନ୍ତି ମାଓବାଦୀ। ଏକ ବଡ଼ ଧରଣ ଅଘଟଣ ଘଟିବା ପୁର୍ବରୁ ବିଏସଏଫ ପକ୍ଷରୁ ଏଡାଇ ଦିଆଯାଇଛି।

Leave A Reply

Your email address will not be published.