ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟରେ ଜାରି ରହିଛି ଶେଷ ପର୍ଯ୍ୟାୟ ମତଦାନ: ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬% ଭୋଟିଂ

ଭୁବନେଶ୍ୱର: ଭୋଟ ଦେଉଛି ଓଡିଶା । ରାଜ୍ୟରେ ଜାରି ରହିଛି ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ । ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୬୨.୪୬ ପ୍ରତିଶତ ମତଦାନ ହୋଇଛି । ବାଲେଶ୍ୱର ଜିଲ୍ଲାରେ ୬୧.୯୧ ପ୍ରତିଶତ ଭୋଟ୍‌ ପଡିଥିବାବେଳେ, ଭଦ୍ରକ ଜିଲ୍ଲାରେ ୫୮.୨୧ ପ୍ରତିଶତ ଭୋଟ୍‌ ପଡିଛି । ଅନ୍ୟପଟେ ଜଗତସିଂହପୁରରେ ୬୫.୯୩ ପ୍ରତିଶତ, ଯାଜପୁରରେ ୬୨.୯୨ ପ୍ରତିଶତ, କେନ୍ଦ୍ରାପଡାରେ ୬୨.୦୨ ପ୍ରତିଶତ ଏବଂ ମୟୁରଭଞ୍ଜରେ ୬୪.୧୭ ପ୍ରତିଶତ ମତଦାନ ହୋଇଛି। ଜଗତସିଂହପୁରରେ ସର୍ବାଧିକ ଓ ଭଦ୍ରକରେ ସର୍ବନିମ୍ନ ଭୋଟିଂ ହୋଇଛି।

ଶେଷ ପର୍ଯ୍ୟାୟରେ ୬ଟି ଲୋକସଭା କ୍ଷେତ୍ର ଯଥା ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ ଏହା ଅନ୍ତର୍ଗତ ୪୨ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ନିଜ ପ୍ରତିନିଧି ବାଛୁଛନ୍ତି ଭୋଟର ।

Leave A Reply

Your email address will not be published.