ଜାମ୍ମୁ କାଶ୍ମୀରକୁ ପ୍ରଥମେ ରାଜ୍ୟ ମାନ୍ୟତା, ପରେ ନିର୍ବାଚନ- ପି ଚିଦମ୍ବରମ୍‍

ନୂଆଦିଲ୍ଲୀ: କଂଗ୍ରେସ ଓ ଅନ୍ୟ ରାଜନୈତିକ ଦଳଗୁଡିକ ଜାମ୍ମୁ କାଶ୍ମୀରକୁ ପ୍ରଥମେ ରାଜ୍ୟ ମାନ୍ୟତା ପ୍ରଦାନ କରାଯିବା ଚାହାନ୍ତି, ତାହାପରେ ନିର୍ବାଚନ କରାଯିବା ପ୍ରସଙ୍ଗ ଆସିବ ବୋଲି କଂଗ୍ରେସର ବରିଷ୍ଠ ନେତା ପି ଚିଦମ୍ବରମ୍‍ କହିଛନ୍ତି।

ସେ କହିଛନ୍ତି ଯେ,କଂଗ୍ରେସ ଏବଂ ଜାମ୍ମୁ କାଶ୍ମୀରର ଅନ୍ୟ ରାଜନୈତିକ ଦଳ ତଥା ନେତୃବୃନ୍ଦ ଜାମ୍ମୁ କାଶ୍ମୀରର ରାଜ୍ୟ ମାନ୍ୟତା ପ୍ରଥମେ ଫେରିପାଇବା ଚାହାନ୍ତି। ତାହାପରେ ନିର୍ବାଚନ କଥା ଉଠିବ। ଅନ୍ୟପକ୍ଷରେ କେନ୍ଦ୍ର ସରକାର ଆଗ ନିର୍ବାଚନ ପରେ ରାଜ୍ୟ ମାନ୍ୟତା କଥା କହୁଛନ୍ତି। ଚିଦମ୍ବରମ୍‍ କହିଛନ୍ତି, ଗାଡିକୁ ଘୋଡା ଟାଣିଥାଏ। ତେଣୁ ଏକ ରାଜ୍ୟ ନିଜର ନିର୍ବାଚନ କରାଇବା ଦରକାର। ଏକ ରାଜ୍ୟ ନିର୍ବାଚନ ଆୟୋଗ ଅଧୀନରେ ଏକ ନିର୍ବାଚନ ଅବାଧ ଓ ନିରପେକ୍ଷ ହୋଇପାରିବ। କିନ୍ତୁ ସରକାର ଆଗ ଗାଡି ଓ ତା’ପଛରେ ଘୋଡାକୁ ରଖିବାକୁ କାହିଁକି ଚାହୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

Leave a comment
The Sakala ପ୍ରତି ମୁହୂର୍ତର ଖବର ଆପଣଙ୍କୁ ଦେଖାଇବାକୁ ଆମକୁ ଅନୁମତି ଦିଅନ୍ତୁ |
Dismiss
Allow Notifications