ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଯବାନଙ୍କ ଗୁଳିରେ ଯବାନ ନିହତ, ଚାଲିଗଲା ୪ ଯବାନଙ୍କ ଜୀବନ

ସୁକମା: ଛତିଶଗଡ଼ ସୁକମା ଜିଲ୍ଲା ମାରାଇଗୁଡ଼ା ସିଆରପିଏଫ କ୍ୟାମ୍ପରେ ଗୁଳିକାଣ୍ଡ । ସାଥୀ ଯବାନଙ୍କ ଗୁଳିରେ ଚାଲିଗଲା ୪ ଯବାନଙ୍କ ଜୀବନ। ୩ ଜଣ ଗୁରୁତର । ମୃତ ଯବାନମାନେ ହେଲେ ଧାନଜୀ, ରାଜୀବ ମଣ୍ଡଳ, ରାଜମଣି କୁମାର ଯାଦବ ଓ ଧର୍ମେନ୍ଦ୍ର କୁମାର। ସେହିପରି ଗୁରୁତରମାନେ ହେଲେ ଧନଞ୍ଜୟ କୁମାର ସିଂ, ଧର୍ମାତ୍ମା କୁମାର ଓ ମଳୟ ରଞ୍ଜନ ମହାରଣା।

ଗୁରୁତର ଯବାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସମସ୍ତ ମୃତାହତ ସିଆରପିଏଫ ୫୦ ବାଟାଲିୟନର ଯବାନ । ପରସ୍ପର ମଧ୍ୟରେ ଝଗଡ଼ା ପରେ ଯବାନ ଜଣକ ନିଜ ସର୍ଭିସ ବନ୍ଧୁକରୁ ଗୁଳିମାଡ଼ କରିଥିବା ଜଣାପଡିଛି । ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସୁକମା ଏସପି ।

Leave A Reply

Your email address will not be published.