ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରତ ଓ ଦକ୍ଷିଣ ଆଫ୍ରିକା ୨ୟ ଦିନିକିଆ: ଭାରତର ଦମଦାର ବିଜୟ, ୭ ୱିକେଟରେ ଦ.ଆଫ୍ରିକାକୁ ହରାଇଲା ଭାରତ

ରାଞ୍ଚି: ରବିବାର ଭାରତ ଓ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦିନିକିଆ ମ୍ୟାଚ ଖେଳାଯାଇଛି । ଦ୍ୱିତୀୟ ମ୍ୟାଚରେ ଟସ ଜିତି ଭ୍ରମଣକାରୀ ଦଳ ଦ.ଆଫ୍ରିକା ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦ.ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୨୭୮ ରନ କରିଥିଲା। ଭାରତକୁ ଏହି ମ୍ଯାଚକୁ ଜତିବାକୁ ହେଲେ ୨୭୯ ରନର ଆବଶ୍ୟକତା ରହିଥିଲା। ଭାରତ ୩ ୱିକେଟ ହରାଇ ୪୫ ଓଭର ୫ଟି ବଲରେ ୨୮୨ ରନ କରି ସହଜରେ ଜିତି ନେଇଛି।  ପ୍ରଥମ ଦିନିକିଆରେ ପରାସ୍ତ ହେବା ପରେ ଭାରତ ପାଇଁ ଏହି ମ୍ୟାଚ୍‌ ‘କର ବା ମର’ ସ୍ଥିତିରେ ରହିଥିଲା।

ଫଳରେ ଭାରତ ପକ୍ଷରୁ ଶିଖର ଧାୱନ ୨୦ ବଲରେ ୧୩ ରନ କରି ଆଉଟ ହୋଇଥିଲେ। ଶୁଭମନ ଗିଲ ୨୬ ବଲରେ ୨୮ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ଇଶାନ କିଷନ ଓ ଶ୍ରେୟାସ ଆୟର ସମ୍ଭାଳିଥିଲେ। ଇଶାନ କିଷନ  ୮୪ ବଲରେ ୯୩ ରନ କରି ଆଉଟ ହୋଇଥିଲେ। ଅନ୍ୟପଟେ ଶ୍ରେୟାସ ଆୟର ଲଢୁଆ ବ୍ଯାଟିଂ ଜାରି ରଖି ଶତକୀୟ ଇଂନିସ ଖେଳିଥିଲେ। ଇଶାନ କିଷନ ଆଉଟ ହେବା ପରେ ଶ୍ରେୟାସ ଆୟରଙ୍କ ସଞ୍ଜୁ ସାମସନ ପାରିକୁ ଆଗେଇ ନେଇଥିଲେ। ଶ୍ରେୟାସ ଆୟର ୧୧୧ ବଲରେ ୧୧୩ ରନ କରି ଅପରାଜିତ ରହିଥିବା ବେଳେ ସଞ୍ଜୁ ସାମସନ ୩୬ ବଲରେ ୩୦ ରନ କରି ଅପରାଜିତ ରହିଥିଲେ।

ଦକ୍ଷିଣ ଆଫ୍ରିକା ପକ୍ଷରୁ କାଗିସୋ ରାବାଡା, ବିଜୋନ ଫୋରଟ୍ୟୁନ ଓ ୱେନେ ପାର୍ନେଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

Leave A Reply

Your email address will not be published.