ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଓଡ଼ିଶା ପୁଲିସର ଗୁରୁତ୍ୱପୂର୍ଣ୍ଣ ବୈଠକ: ଅବାଧ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ଉପରେ ଫୋକସ୍

ଭୁବନେଶ୍ବର: ଭୁବନେଶ୍ବରସ୍ଥିତ ପୁଲିସ ଡିଜି କ୍ୟାମ୍ପ ଅଫିସରେ ଓଡ଼ିଶା ପୁଲିସର ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଛି। ଡିଜି ଅରୁଣ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇନଶୃଙ୍ଖଳା ଏଡିଜି ସଞ୍ଜୟ କୁମାର, ଗୁଇନ୍ଦା ଆଇଜି ଅନୁପ ସାହୁ, SIW ଡିଆଇଜି ଉମା ଶଙ୍କର ଦାଶଙ୍କ ସମେତ ବହୁ ବରିଷ୍ଠ ଆଇପିଏସ ଅଧିକାରୀ ଉପସ୍ଥିତ ଥିଲେ। ଏହା ସହ ଭିଡିଓ କନଫରେନ୍ସିରେ ସବୁ ଏସପି ସାମିଲ ହୋଇଥିଲେ। ନିର୍ବାଚନ ପ୍ରସ୍ତୁତି ନେଇ ବୈଠକରେ ଆଲୋଚନା ହୋଇଛି। ବୈଠକ ପରେ ପୁଲିସ ଡିଜି କହିଛନ୍ତି, ବେଙ୍ଗଲ, ଝାଡ଼ଖଣ୍ଡ, ଛତିଶଗଡ଼ ପୁଲିସ ସହ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ତିନି ରାଜ୍ୟର ଏସପି, ରେଞ୍ଜ ଡିଆଇଜି, ଗୁଇନ୍ଦା ଓ ଅପରେସନ ବିଭାଗ ଅଧିକାରୀ ଏବଂ ଓଡ଼ିଶାର ସବୁ ଜିଲାର ଏସପି ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଅବାଧ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ଗୁରୁତ୍ୱ ଦିଆଯାଇଛି । ବନ୍ଧୁକ, ମଦ, ଟଙ୍କା, ଚୋରା କାରବାର ରୋକିବାକୁ ଗୁରୁତ୍ବ ଦିଆଯାଉଛି । ନକ୍ସଲ ପ୍ରଭାବିତ ଅଞ୍ଚଳରେ ଅପରେସନକୁ ଜୋରଦାର କରାଯିବ । ଜାନୁଆରୀରୁ ସୀମାବର୍ତ୍ତୀ ଅଞ୍ଚଳରେ ଚେକିଂ ବ୍ଲକିଂ କଡାକଡି କରାଯାଇଛି। ୱାରେଣ୍ଟ ଥିବା ଅପରାଧୀ, ଅଭ୍ୟାସଗତ ଅପରାଧୀଙ୍କୁ ଗିରଫ ପାଇଁ ପଦକ୍ଷେପ ନିଆଯାଉଛି। ମାଓ ଅଞ୍ଚଳରେ ଅବାଧ ନିର୍ବାଚନ ପାଇଁ ଛତିଶଗଡ, ତେଲଙ୍ଗାନା ଓ ଆନ୍ଧ୍ର ପୋଲିସ ସହ ସ୍ୱତନ୍ତ୍ର ଆଲୋଚନା କରାଯାଇଛି । ନିର୍ବାଚନ ପୂର୍ବରୁ ଫୋକସରେ ରହିଛି ଫେକ ନ୍ଯୁଜ୍ ଓ ଭୁଲ ତଥ୍ୟ । ଏହାକୁ ରୋକିବାକୁ ସ୍ବତନ୍ତ୍ର ଧ୍ଯାନ ଦିଆଯିବା ସହ ଏଥିପାଇଁ ଜଣେ ଆଇଜି ରାଙ୍କ ଅଫିସରଙ୍କୁ ନୋଡାଲ ଅଫିସର ଭାବେ ଦାୟିତ୍ୱ ଦିଆଯାଇଛି। ସୋସିଆଲ ମିଡିଆରେ ଭୁଲ ତଥ୍ୟ ନିରୀକ୍ଷଣ କରିବା ସହ ଆକାଉଣ୍ଟକୁ ବ୍ଲକ କରିବା ପାଇଁ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ଆଇଟି ଓ ତୀକ୍ଷ୍ଣ ନଜରରେ ରହିଛି ସୋସିଆଲ ମିଡିଆ ।

Leave A Reply

Your email address will not be published.