ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରବଳ ବର୍ଷାରେ ବେହାଲ ନାଗପୁର, ସାରା ସହରରେ ଜଳପ୍ରବାହ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ

ମହାରାଷ୍ଟ୍ର: ଲଗାଣ ବର୍ଷାରେ ବେହାଲ ମହାରାଷ୍ଟ୍ରର ନାଗପୁର ସହର । ସାରା ସହରରେ ଜଳପ୍ରବାହ ଯୋଗୁ ଜନଜୀବନ ବିପର୍ଯ୍ୟସ୍ତ ହୋଇଯାଇଛି । ଅନେକ ଜାଗାରେ ଜଳବନ୍ଦୀ ହୋଇ ରହିଛନ୍ତି ଲୋକେ । ସ୍ଥିତି ଦେଖି ଏନଡିଆରଏଫ ଟିମ୍‌ ନିୟୋଜିତ ହୋଇଛନ୍ତି । ହଜାର ହଜାର ଲୋକ ସ୍ଥାନାନ୍ତରିତ ହେଉଥିବା ଦେଖାଯାଉଛି । ଆଣ୍ଠୁଏ ପାଣିରେ ରାସ୍ତାରେ ଯାଉଛନ୍ତି ଲୋକେ । ରାସ୍ତା ପାର ହେବା ପାଇଁ ଦଉଡି ସାଜିଛି ଭରସା । ସ୍ଥିତି ଉପରେ ନଜର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫିଡନବିସ । ପ୍ରବଳ ବର୍ଷା ଯୋଗୁଁ ନାଗପୁର ଜିଲ୍ଲା ଏବଂ ମହାନଗରର ସ୍କୁଲ ସବୁ ଛୁଟି ଘୋଷଣା କରାଯାଇଛି ।

ଅମ୍ବାଝରି ହ୍ରଦରୁ ପାଣି ଉଛୁଳି ସହର ସାରା ଜଳମଗ୍ନ ହୋଇଯାଇଛି। ପ୍ରବଳ ବର୍ଷା ଯୋଗୁଁ ଲୋକଙ୍କ ଘରେ ପାଣି ପଶିଯାଇଛି । ଫଳରେ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ପ୍ରବଳ ବର୍ଷା ଯୋଗୁ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଛି । ରାସ୍ତାରେ ବସ୍ ଚଳାଚଳ କରିପାରୁନାହିଁ । ନଦୀ କୂଳିଆ ଲୋକେ ବର୍ଷା ଯୋଗୁଁ ଅଧିକ ପ୍ରଭାବିତ ହେଉଛନ୍ତି। ତଳିଆ ଅଞ୍ଚଳରେ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ କୁହାଯାଇଛି । ଉଦ୍ଧାର କାର୍ଯ୍ୟ ପାଇଁ ଏସଡିଆରଏଫ ଟିମ୍‌ ଏବଂ ଏନଡିଆରଏଫ ଟିମ୍‌ ନିୟୋଜିତ ରହିଛି ।

Leave A Reply

Your email address will not be published.