ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଓଡ଼ିଶାରୁ ଚାରି ଜଣଙ୍କୁ ପଦ୍ମଶ୍ରୀ, କଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମିଳିବ ସମ୍ମାନ

ଭୁବନେଶ୍ୱର: ଗୁରୁବାର କେନ୍ଦ୍ର ସରକାର ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି। ତାଲିକାରେ ୫ଜଣଙ୍କୁ ପଦ୍ମବିଭୂଷଣ, ୧୭ଜଣଙ୍କୁ ପଦ୍ମଭୂଷଣ ସମ୍ମାନ ମିଳିବା ନେଇ ଘୋଷଣା କରାଯାଇଛି। ସେହିପରି ୧୧୦ଜଣ ବ୍ୟକ୍ତିବିଶେଷ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଥିବାବେଳେ ଏଥିରେ ଓଡ଼ିଶାରୁ ୪ ଜଣ ବ୍ୟକ୍ତି ଅଛନ୍ତି। ସେମାନେ ହେଲେ, ଗଞ୍ଜାମ ଜିଲ୍ଲାର ଗୋପୀନାଥ ସ୍ୱାଇଁ ଓ ବରଗଡ଼ ଜିଲ୍ଲାର ଭାଗବତ ପ୍ରଧାନ, ଖୋର୍ଦ୍ଧାର ବିନୋଦ ମହାରଣା ଏବଂ ସମ୍ବଲପୁରର ବିନୋଦ କୁମାର ପଶାୟତ।

ସୂଚନାଯୋଗ୍ୟ ଯେ, ପାରମ୍ପରିକ ଶୈଳୀରେ କୃଷ୍ଣଳୀଳାକୁ ଲୋକପ୍ରିୟତା କରାଇବାରେ ଗୋପୀନାଥ ସ୍ୱାଇଁ ପ୍ରମୁଖ ଭୂମିକା ରହିଛି। ବର୍ତ୍ତମାନ ସେ ୧୦୫ବର୍ଷରେ ପଦାର୍ପଣ କରିଥିବା ବେଳେ ବାଲ୍ୟକାଳରୁ ସେ କୃଷ୍ଣଳୀଳା ଉପରେ କାର୍ଯ୍ୟ କରି ଆସୁଛନ୍ତି। ସେହିଭଳି ୮୫ ବର୍ଷୀୟ ଶ୍ରୀ ପ୍ରଧାନ ପିଲାବେଳୁ ଶବ୍ଦ ନୃତ୍ୟ ଲୋକନୃତ୍ୟର ପ୍ରଚାର ପ୍ରସାର କରି ଆସୁଛନ୍ତି। ସେ ଦୀର୍ଘ ୫ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି ଗଣେଶ ତାଣ୍ଡବ, ଶିବ ତାଣ୍ଡବ ଓ କାଳୀ ତାଣ୍ଡବ ଭଳି ଶବ୍ଦନୃତ୍ୟର ପ୍ରଚାର ପ୍ରସାର ପାଇଁ ଓଡ଼ିଶାର ବିଭିନ୍ନ ଗ୍ରାମାଞ୍ଚଳ ଓ ରାଜ୍ୟ ବାହାରକୁ ଯାଇ ପରିବେଷଣ କରୁଛନ୍ତି। ସେ ବରଗଡ଼ ଜିଲ୍ଲା କୁମ୍ଭାରୀରେ ଜନ୍ମ ଗ୍ରହଣ କରିଥିବାବେଳେ ବାଲ୍ୟକାଳରୁ ଶବ୍ଦ ନୃତ୍ୟ ପ୍ରତି ସମର୍ପିତ। ସେହିପରି ସଙ୍ଗୀତକାର ଭାବେ ବିନୋଦ ପଶାୟତ ଏବଂ ପଟ୍ଟଚିତ୍ର ଶିଳ୍ପୀ ଭାବେ ବିନୋଦ ମହାରଣାଙ୍କ ଉତ୍କର୍ଷତାକୁ ଉପଲବ୍ଧÒ କରି କେନ୍ଦ୍ର ସରକାର ଉଭୟଙ୍କୁ ପଦ୍ମଶ୍ରୀ ପାଇଁ ମନୋନୀତ କରିଛନ୍ତି।

Leave A Reply

Your email address will not be published.