ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଷମକଟକ ବସଷ୍ଟାଣ୍ଡରେ ନିଆଁଲାଗି ଜଳିଗଲା ୪ଟି ବସ୍, କାରଣ ଅସ୍ପଷ୍ଟ

ରାୟଗଡା: ନିଆଁଲାଗି ଜଳିଗଲା ୪ଟି ବସ୍ । ରାୟଗଡା ଜିଲ୍ଲା ବିଷମକଟକ ବସ୍‌ଷ୍ଟାଣ୍ଡରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଖବର ପାଇଁ ଦମକଳବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ନିଆଁ ଲାଗିବାର କାରଣ ଏଯାଏଁ ସ୍ପଷ୍ଟ ହୋଇନଥିବାବେଳେ ନିଆଁ ଲାଗିଥିବା ସବୁ ବସ୍ ଜଣେ ମାଲିକଙ୍କର ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ରାୟଗଡା ଜିଲ୍ଲା ବିଷମକଟକ ବସ୍‌ଷ୍ଟାଣ୍ଡରେ ଠିଆ ହୋଇଥିବା ବେଳେ ନିଆଁ ଲାଗି ଜଳିଗଲା ୪ଟି ବସ୍ । ଗୋଟିଏ ପରେ ଗୋଟିଏ ବସକୁ ନିଆଁ ମାଡି ୪ଟି ବସରେ ନିଆଁ ଲାଗିଥିବା ସୂଚନା।ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ବସ୍‌ରେ କୌଣସି ଯାତ୍ରୀ ନଥିବାରୁ କେହି ମୃତାହତ ହୋଇନାହାନ୍ତି ।

Leave A Reply

Your email address will not be published.