ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ହଟିଲା ମାଛଧରା କଟକଣା, ଆଜିଠୁ ମାଛ ଧରିବାକୁ ଯାଇପାରିବେ ମତ୍ସ୍ୟଜୀବୀ

ପାରାଦୀପ: ହଟିଲା ଦୁଇମାସର ମାଛଧରା କଟକଣା। ଆଜିଠାରୁ ସମୁଦ୍ରରୁ ମାଛ ଧରିବାକୁ ଯାଉଛନ୍ତି ମତ୍ସ୍ୟଜୀବୀ। ମାଛ ମାନଙ୍କ ଅଣ୍ଡାଦାନ ପକ୍ରିୟା ପାଇଁ ମାଛ ଧରା ବନ୍ଦ ଥିଲା । ଏପ୍ରିଲ ୧୫ରୁ ଜୁନ ୧୪ ପର୍ଯ୍ୟନ୍ତ କଟକଣା ଲଗାଇଥିଲେ କେନ୍ଦ୍ର ଓ ରାଜ୍ଯ ସରକାର ।

୧୯୯୮ରୁ ସାମୁଦ୍ରିକ ମାଛ ବଂଶର ସଂରକ୍ଷଣ ଉଦ୍ଦେଶ୍ୟରେ ବର୍ଷର ଦୁଇମାସ ପାଇଁ ଏହି କଟକଣା ଜାରି ଆରମ୍ଭ ହୋଇଥିଲା । ମାଛମାନଙ୍କ ପ୍ରଜନନ ଋତୁରେ ସମୁଦ୍ରରେ ମାଛଅଣ୍ଡା ଓ ମାଛ ଜାଆଁଳ ନଷ୍ଟ ହେବା ଆଶଙ୍କାରେ ମାଛଧରାକୁ ୬୦ ଦିନ ପାଇଁ ବନ୍ଦ ରଖିବାକୁ ମତ୍ସ୍ୟଜୀବୀ ମାନଙ୍କୁ କୁହାଯାଇଥିଲା । ରାଜ୍ୟ ସାମୁଦ୍ରିକ ମତ୍ସ୍ୟ ବିଭାଗ ଦ୍ୱାରା ପଞ୍ଜିକୃତ ହୋଇଥିବା ସମସ୍ତ ଯନ୍ତ୍ର ଚାଳିତ ଡଙ୍ଗା ଓ ଟ୍ରଲରକୁ ଏହି ସମୟ ମଧ୍ୟରେ ସମୁଦ୍ରରେ ମାଛ ମାରିବାକୁ ବାରଣ କରାଯାଇଥିଲା ।

Leave A Reply

Your email address will not be published.