ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦୀର୍ଘ ଏକ ବର୍ଷ ପରେ ଆନ୍ଦୋଳନରୁ ହଟିଲେ ଚାଷୀ, ୧୧ରୁ ଆନ୍ଦୋଳନରତ କୃଷକ ଘରକୁ ଫେରିବେ

ନୂଆଦିଲ୍ଲୀ: ଦୀର୍ଘ ୩୭୭ ଦିନ ଧରି ଦିଲ୍ଲୀ ସୀମାରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି। କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପରେ ସଂଗଠନକୁ ଦିଆଯାଇଥିବା ପ୍ରସ୍ତାବକୁ ସଂଯୁକ୍ତ କିଷାନ୍‌ ମୋର୍ଚ୍ଚା ଇତି ମଧ୍ୟରେ ଅନୁମୋଦନ ଦେଇଛି। ବୈଠକରେ କେନ୍ଦ୍ର ସରକାର ଏବଂ ମେଣ୍ଟ ମଧ୍ୟରେ ଏକ ଚୁକ୍ତି ହୋଇଛି। ଏହାକୁ ଗ୍ରହଣ କରିବା ପାଇଁ ସରକାରୀ ଚିଠି ପଠାଯିବା ପରେ ଆଜି  କିଷାନ୍‌ ମୋର୍ଚ୍ଚାର ଏକ ବୈଠକ ଡକାଯାଇଥିଲା। ସଥିରେ ଆନ୍ଦୋଳନରୁ ଚାଷୀଙ୍କ ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ଘୋଷଣା କରାଯାଇଛି। ଆସନ୍ତା ୧୧ରୁ ଆନ୍ଦୋଳନରତ କୃଷକ ଘରକୁ ଫେରିବେ ବୋଲି ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଆଜି ଆସିଥିବା ଚିଠା ପ୍ରସ୍ତାବ ଉପରେ କିଷାନ୍‌ ମୋର୍ଚ୍ଚା ସହମତ ହୋଇଛନ୍ତି। କୃଷକ ନେତା ରାକେଶ ଟିକାୟତ୍‌ କହିଛନ୍ତି ଯେ, ସରକାରଙ୍କ ଦ୍ୱାରା ପଠାଯାଇଥିବା ଚିଠା ପ୍ରସ୍ତାବ ସର୍ବସମ୍ମତି କ୍ରମେ ପାରିତ ହୋଇଛି। ଏହି ଚିଠା ଅନୁଯାୟୀ ରାଜ୍ୟ ସରକାର ମୃତ ଲୋକଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବେ। ଏଥିସହିତ ରାଜ୍ୟ ସରକାର ଚାଷୀଙ୍କ ବିରୋଧରେ ମାମଲା ପ୍ରତ୍ୟାହାର କରିବେ। ସରକାର ଏହାକୁ ଆନୁଷ୍ଠାନିକ ଭାବେ ଜଣାଇବା ପରେ ଏହି ଆନ୍ଦୋଳନ ବନ୍ଦ କରିବାକୁ ଘୋଷଣା କରାଯାଇଛି।  କ୍ଷତିପୂରଣ ଏବଂ ମାମଲା ପ୍ରତ୍ୟାହାର ଉପରେ ମଧ୍ୟ ହରିୟାଣା ସରକାର ରାଜି ହୋଇଥିଲେ। ହରିୟାଣା ସରକାର କ୍ଷତିପୂରଣ ବାବଦରେ ଚାଷୀଙ୍କୁ ୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବାକୁ ରାଜି ହୋଇଛନ୍ତି। ସମସ୍ତ ମାମଲା ପ୍ରତ୍ୟାହାର କରିବାକୁ ମଧ୍ୟ କେନ୍ଦ୍ର ସରକାର ରାଜି ହୋଇଛନ୍ତି। ଏମଏସପି କମିଟିରେ କେବଳ ଆଗଧାଡିର ନେତାଙ୍କୁ ରଖିବାକୁ କେନ୍ଦ୍ର ରାଜି ହୋଇଛି।

Leave A Reply

Your email address will not be published.