ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଧାନ ଖାଇବାକୁ ଆସି କରେଣ୍ଟ ଲାଗି ଚାଲିଗଲା ଦନ୍ତାହାତୀ ଜୀବନ

ସମ୍ୱଲପୁର : ଖାଦ୍ୟ ଅନ୍ୱେଷଣରେ ଆସି କରେଣ୍ଟ ଲାଗି ଚାଲିଗଲା ଦନ୍ତାହାତୀର ଜୀବନ । ସମ୍ବଲପୁର ସଦର ଫରେଷ୍ଟ ଡିଭିଜନ ଯୁଯୁମରା ରେଞ୍ଜର ବସିଆପଡ଼ା ଗାଁରେ ଏଭଳି ଅଘଟଣ ଦେଖିବାକୁ ମିଳିଛି ।

ପ୍ରତ୍ୟେକ ଦିନ ଏହି ଦନ୍ତାହାତୀଟି ସ୍ଥାନୀୟ ଅଞ୍ଚଳରେ ଆସି ଲୋକଙ୍କ ଘର ଭାଙ୍ଗିବା ସହ ଧାନ, ଚାଉଳ ଖାଉଥିଲା । ତେବେ ରବିବାର ରାତିରେ ହାତୀଟି ଜଣେ ବ୍ୟକ୍ତିଙ୍କ ଘରେ ଆଡ଼କୁ ମାଡ଼ି ଯାଉଥିବା ବେଳେ ବିଦ୍ୟୁତ ତାର ଲାଗି ମୃତ୍ୟୁ ଘଟିଛି । ହାତୀର ମୃତ୍ୟୁ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚିଛିି ବନ ବିଭାଗ । କେମିତି ଓ କେଉଁ ପରିସ୍ଥିତିରେ ହାତୀଟିର ମୃତ୍ୟୁ ହୋଇଛି ସେନେଇ ତଦନ୍ତ ଆରମ୍ଭ କରିଛି ବନ ବିଭାଗ ।

Leave A Reply

Your email address will not be published.