ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଣି ରାଜଧାନୀ ଦିଲ୍ଲୀରେ ଲଜ୍ଜା: ୧୨ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ

ନୂଆଦିଲ୍ଲୀ: ପୁଣି ରାଜଧାନୀ ଦିଲ୍ଲୀରେ ଲଜ୍ଜା।  ରାଜଧାନୀ ଦିଲ୍ଲୀରେ ଜଣେ ୧୨ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କୁ ଜଣେ ମହିଳା ପ୍ରଲୋଭନ ଦେଖାଇ ଏକ ନିର୍ଜନ ସ୍ଥାନକୁ ନେବା ପରେ ଚାରି ଜଣ ଦୁଷ୍କର୍ମ କରିଛନ୍ତି। ଏଥିରେ ଜଣେ ପୁରୁଷ ଏବଂ ଅନ୍ୟ ତିନି ଜଣ ନାବାଳକ ଅଛନ୍ତି। ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସୂଚନା ଅନୁଯାୟୀ, ମୁଖ୍ୟ ଅଭିଯୁକ୍ତର ଦିଲ୍ଲୀ ସଦର ବଜାରର ଏକ ଚା’ ଦୋକାନ ଅଛି। ଅଭିଯୁକ୍ତ ତିନି ନାବାଳକ ତାଙ୍କ ଦୋକାନରେ କାମ କରନ୍ତି। ଜଣେ ମହିଳା ସଫେଇ କର୍ମଚାରୀ ଜାନୁଆରୀ ୧ରେ ତାଙ୍କ ଦୋକାନକୁ ଆସିଥିଲେ। ଚା’ ଦୋକାନୀ ତାଙ୍କୁ ନୂଆ ବର୍ଷ ସେଲିବ୍ରେସନ ପାଇଁ ବ୍ୟବସ୍ଥା କରିବାକୁ କହିଥିଲେ। ତା ପରଦିନ ମହିଳା ଜଣକ ତାଙ୍କ ସହ କାମ କରୁଥିବା ଜଣେ ୧୨ ବର୍ଷର ସଫେଇ କର୍ମଚାରୀଙ୍କୁ  ପ୍ରଲୋଭନ ଦେଖାଇ ଏକ ଅସ୍ଥାୟୀ କୋଠାକୁ ନେଇଥିଲେ।

Leave A Reply

Your email address will not be published.